ସ୍କୁଲ ଛାତ୍ରଛାତ୍ରୀଙ୍କ ପୋଷାକ ଗୋଦାମ ଉପରେ ଆୟକର ଓ ଜିଏସଟି ବିଭାଗ ପକ୍ଷରୁ ଚଢାଉ

   ଭୟରେ ଅନ୍ୟ ବ୍ୟବସାୟୀଙ୍କ ଦୋକାନ ବନ୍ଦ

ନିରାକାରପୁର, ୧୮/୧୧/୨୦୨୩ (ଓଡ଼ିଶା ସମାଚାର)-  ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବଜାରରେ ଥିବା ଏକ ସ୍କୁଲ ଛାତ୍ରଛାତ୍ରୀଙ୍କ ପୋଷାକ ଗୋଦାମ ଉପରେ ଆଜି ଆୟକର ଓ ଜିଏସଟି ବିଭାଗ ପକ୍ଷରୁ ଚଢାଉ କରାଯାଉଥିବବେଳେ ବଜାର ଅନ୍ୟ ପ୍ରାୟ ବଡ ଦୋକାନ ଗୁଡ଼ିକ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ସେମାନେ ଆଜି ଦୋକାନ ବନ୍ଦ କରି ରଖିଥିଲେ। କୌଣସି ସୂତ୍ରରୁ ଖବର ପାଇ ଜୈନିକ ବ୍ୟବସାୟୀଙ୍କ ଗୋଦାମ ଉପରେ ଚଢାଉ କରିଥିବା ଜଣାପଡିଛି।  ଉକ୍ତ ବ୍ୟକ୍ତି  ସ୍କୁଲ ଛାତ୍ରଛାତ୍ରୀଙ୍କ ପୋଷାକ ଏକାଧିକ ଜିଲ୍ଲାକୁ ରପ୍ତାନି କରୁଥିବା ବେଳେ କେଉଁ କାରଣରୁ ଆୟକର ଓ ଜିଏସଟି ବିଭାଗ ପକ୍ଷରୁ ଚଢାଉ ରିପୋର୍ଟ ଲେଖା ପର୍ଯ୍ୟନ୍ତ ଚାଲିଥିବାର ଜଣାପଡ଼ିଛି। ସକାଳ ୧୦ ଟା ରୁ ଚଢ଼ାଉ ଆରମ୍ଭ ହୋଇଥିଲେ ବି ରାତି ୮ ପର୍ଯ୍ୟନ୍ତ ଶେଷ ହୋଇ ନ ଥିବା ସୂଚନା ମିଳିଛି। ଚଢ଼ାଉ ସମୟରେ ଗୋଦାମ ମାଲିକ ଫେରାର ହୋଇଯାଇଥିବା ଶୁଣିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *