ମାହାଙ୍ଗା,୨୪/୧୦/୨୦୨୫(ଓଡ଼ିଶା ସମାଚାର)- ମାହାଙ୍ଗା ଥାନା ଅନ୍ତର୍ଗତ କୁଆଁ ପାଳ ସ୍ଥିତ ଜବାହର ନେହେରୁ ମହାବିଦ୍ୟାଳୟ ର ଛାତ୍ରୀ ଶୁଭସ୍ମିତା ସାହୁ ଙ୍କୁ ମିଳିଛି ସାହସିକତା ସମ୍ମାନ । ଗତ ଅଗଷ୍ଟ ମାସରେ ଶୁଭସ୍ମିତା କଲେଜ ଆସୁଥିବା ବେଳେ କୁମୁଡ଼ା ହାଟ ନିକଟରେ ଏକୁଟିଆ ଦେଖି ଦୁଇ ଜଣ ଦୁର୍ବୃତ ତାକୁ ଆକ୍ରମଣ କରି ମୋବାଇଲ ଓ ବ୍ୟାଗ ଛଡାଇ ନେବାକୁ ଚେଷ୍ଟା କରିଥିଲେ । ସେଠାରେ ସାହସିକତା ପ୍ରଦର୍ଶନ କରି ଦୁଇ ଦୁର୍ବୃତ ଙ୍କ ସହ ଲଢି ଆହାତ ହୋଇଥିଲେ ମଧ୍ୟ ନିଜ ଜୀବନ ବଂଚାଇବା ସହିତ ବ୍ୟାଗ କିମ୍ବା ମୋବାଇଲ ଦେଇ ନ ଥିଲେ । ଏହା ପରେ ମାହାଙ୍ଗା ପୋଲିସ କୁ ସମ୍ପୂର୍ଣ୍ଣ ସହାୟତା କରି ଆସାମୀ ମାନଙ୍କୁ ଚିହ୍ନଟ କରିଥିଲେ ।
ଯେଉଁଥି ପାଇଁ ଦୁଇ ଜଣ ଦୁର୍ବୃତ ଆଜି ଜେଲ ରେ ଅଛନ୍ତି । ଏଭଳି ସାହାସ ର ସହ ଲଢେଇ କରିଥିବାରୁ ମାହାଙ୍ଗା ପଂଚାୟତ ସମିତି ଅନ୍ତର୍ଗତ ମୂଳବସନ୍ତ ପଂଚାୟତ ସଭା ଗୃହ ରେ ସରପଂଚ ଅନ୍ନପୂର୍ଣ୍ଣା କର ଙ୍କ ଅଧ୍ୟକ୍ଷତା ରେ ଏକ ସମ୍ଭର୍ଦ୍ଧନା ସଭା ର ଅୟୋଜନ କରା ଯାଇଥିଲା । ଏଥିରେ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପୃଷ୍ଟି, ପୂର୍ବତନ ସରପଂଚ ଭ୍ରମର ବର ରାଉତ ରାୟ, ନାୟବ ସରପଂଚ ସତ୍ୟବାନ ସାହୁ ପ୍ରମୁଖ ଯୋଗଦେଇ ଶୁଭସ୍ମିତା ଙ୍କୁ ସାହସିକତା ସମ୍ମାନ ରେ ସମ୍ମାନୀତ କରିଥିଲେ ।
ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ସରପଂଚ ଙ୍କ ପ୍ରତିନିଧି ପ୍ରଶାନ୍ତ କୁମାର କର । ବଟକୃଷ୍ଣ ଦାସ ଓ ହରିହର ବିଶ୍ୱାଳ ପଂଚୟତ ପାଇଁ ଗର୍ବ ଆଣିଥିବା ଛାତ୍ରୀ କୁ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ମନୋରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବ ରେ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଓ ସ୍ଥାନୀୟ ଅଂଚଳ ର ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ ।
