ଶିବାନନ୍ଦ ଆଶ୍ରମରେ ଗୋ ପୂଜା ଓ ବୃକ୍ଷ ପୂଜା

କେନ୍ଦ୍ରାପଡ଼ା,୧୨/୦୮/୨୦୨୫(ଓଡ଼ିଶା ସମାଚାର)- ମହାପ୍ରଭୁ ଶ୍ରୀ ବଳଦେବ ଜୀଉଙ୍କ ଜନ୍ମଦିନ ଅବସରରେ କପାଳେଶ୍ୱର ପଂଚାୟତର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଆହ୍ୱାନକ୍ରମେ ଆଶ୍ରମ ପରିସରରେ ଗୋ ପୂଜା, ବୃକ୍ଷ ପୂଜା ଏବଂ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗୋ ମାତାଙ୍କୁ ସ୍ନାନ କରାଇ ଫୁଲମାଳ ପିନ୍ଧାଇ ଦିଆଯିବା ସହ ଧୂପ, ଦୀପ, ଚନ୍ଦନ, କର୍ପୁର ଆଳତୀ କରାଯାଇ ପୂଜା କରାଯାଇଥିଲା । ଏଥିସହିତ ଆଶ୍ରମ ପରିସରରେ ବିଭିନ୍ନ ବୃକ୍ଷର ଚାରା ରୋପଣ କରାଯିବା ସହିତ ବୃକ୍ଷଙ୍କୁ ପୂଜା କରାଯାଇଥିଲା ।

ଏହି ଅବସରରେ ଶ୍ରୀମା’ ବୃକ୍ଷର ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ପରାମର୍ଶ ପ୍ରଦାନ କରି ବୃକ୍ଷହିଁ ଜୀବନ ବୋଲି କହିଥିଲେ । ବସୁଧୈବ କୁଟୁମ୍ବକମ ନ୍ୟାୟରେ ସମଗ୍ର ଭାରତବର୍ଷରେ ଭାଇଚାରା ସୃଷ୍ଟି କରିବାକୁ ଶ୍ରୀମା’ଆହ୍ୱାନ ଦେଇଥିଲେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକଜୁଟ ହୋଇ ଅହିଂସା ଆଚରଣ କରି ଗୋଟିଏ ଧର୍ମ ପ୍ରେମର ଧର୍ମ ବୋଲି ବିଚାର କରି ଶପଥ ନେବାକୁ ଶ୍ରୀମା ଆହ୍ୱାନ ଦେଇଥିଲେ ।

ବୃକ୍ଷ ଆମର ବହୁ ଉପକାରୀ ହୋଇଥିବାରୁ ତା’ ପ୍ରତି ନିଷ୍ଠୁର ଭାବ ପ୍ରକାଶ ନକରିବାକୁ ଶ୍ରୀମା ପରାମର୍ଶ ଦେଇଥିଲେ । ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କୁ ରାକ୍ଷୀ ବନ୍ଧା ଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭକ୍ତ ଶ୍ରୀଧର ରାଉତ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ରୀତାଞ୍ଜଳି ନାଥ, ଅମୀୟ ପଣ୍ଡା, ବର୍ଷାରାଣୀ ସ୍ୱାଇଁ, ପୁନମ ନାୟକ, ବିନୀ ବାରିକ, ରୁଦ୍ରାଣୀ ମହାପାତ୍ର, ମଧୁଶ୍ମ୍ମିତା ନନ୍ଦ, ପ୍ରହରାଜ ସାର ଓ ବ୍ରହ୍ମଚାରୀ ନୃସିଂହ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *