ଓଡ଼ିଶାର ପ୍ରଥମ ରାଜଵନ୍ଦୀ ରାଜକୃଷ୍ଣ ବୋଷଙ୍କ ୧୨୩ ତମ ଜୟନ୍ତୀ ଜନ୍ମ ମାଟି କିଶନନଗର ଠାରେ ପାଳିତ

କଟକ ସଦର ,୧୭/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଓଡ଼ିଶାର ପ୍ରଥମ ରାଜଵନ୍ଦୀ, ପୂର୍ବତନ ମନ୍ତ୍ରୀ ତଥା କିଶନନଗର ମାଟିର ବରପୁତ୍ର ସ୍ୱର୍ଗତ ରାଜକୃଷ୍ଣ ବୋଷଙ୍କ ୧୨୩ ତମ ଜୟନ୍ତୀ ତାଙ୍କ ଜନ୍ମମାଟି କିଶନନଗର ଠାରେ ନିରାଡମ୍ବର ଭାବେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ମାନଙ୍କ ପକ୍ଷରୁ ପାଳନ କରାଯାଇଛି। କିଶନନଗର ବଜାର ଠାରେ ଥିବା ପ୍ରତିମୂର୍ତ୍ତିରେ ପ୍ରଥମେ ଉତ୍କଳ ବିକାଶ ପରିଷଦର ସଭାପତି ତଥା କଟକ ସଦର ଵିଜେପି ଯୁବ ନେତା ଇଂ ପ୍ରକାଶ ଚନ୍ଦ୍ର ସେଠୀ ମାଲ୍ୟାର୍ପଣ କରିଥିଲେ। ତାଙ୍କ ସହିତ କିଶନନଗର ମଣ୍ଡଳ ସଭାପତି ଚିତ୍ତରଂଜନ ସାହୁ, ପୂର୍ବତନ ସଭାପତି ଦେବେନ୍ଦ୍ର ଜେନା, ଗୋକୁଳ ପ୍ରଧାନ, ଅଶୋକ ସାହୁ, ସୁରେଶ ଜେନା, ପ୍ରଦୀପ୍ତ ଦାସ, କିଶନନଗର ସରପଞ୍ଚ ସୁଜାତା ସେଠୀ, ପୂର୍ବତନ ସରପଂଚ ବାଉରୀବନ୍ଧୁ ମହାନ୍ତି ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିବା ବେଳେ ସମାନ୍ତରାଳ ଭାବେ କଟକ ସଦର ଵିଜେପି ନେତା ତଥା ରାଜ୍ୟ ପ୍ରବକ୍ତା ଦିଲ୍ଲିପ ମଲ୍ଲିକ, କଟକ ଜିଲ୍ଲା ଵିଜେପି ଅନୁସୂଚିତ ଜାତି ମୋର୍ଚା ସଭାପତି ପ୍ରଦୀପ ବେହେରା, କଟକ ସଦର ଵିଜେପି ସଂଯୋଜକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, ଲିଙ୍ଗରାଜ ମଲ୍ଲିକ,ଵିଜୟ କେତନ ବିଷୋୟୀ, ଅଶୋକ ସାମଲ, ସେହି ମଣ୍ଡଳ ସଭାପତି ଓ ପୂର୍ବତନ ସଭାପତି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ସେହିପରି ‘କଟକ ସଦର ବିଚାର ମଞ୍ଚ’ ପରିଵାର ପକ୍ଷରୁ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ସେହି ଯୋଗଜନ୍ମା ରାଜକୃଷ୍ଣଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଧାସୁମନ ଅର୍ପଣ କରିଥିଲେ। ଏଭଳି ଜଣେ ବରପୁତ୍ରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଉପଯୁକ୍ତ ସମ୍ମାନ ଦିଆଯାଉ ନଥିବାରୁ କ୍ଷୋଭ ପ୍ରକାଶ କରି ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଭୁବନେଶ୍ୱରର  କୈ। ଣସି ଏକ ପ୍ରମୁଖ ସ୍ଥାନରେ ପ୍ରତିଷ୍ଠା କରିଵାକୁ ‘କଟକ ସଦର ବିଚାର ମଞ୍ଚ’ ପକ୍ଷରୁ ସରକାରଙ୍କ ଠାରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *