ପାଟକୁରା,୨୧/୧୦/୨୦୨୫ (ଓଡ଼ିଶା ସମାଚାର)- ଆଲୋକ ର ପର୍ବ ଦୀପାବଳୀ କୁ ସାରା ଭାରତ ରେ ଆନନ୍ଦ ଉଲ୍ଲାସ ସହ ପାଳନ କରାଯାଏ । ଆମ ରାଜ୍ୟ ଓଡିଶା ରେ ଏହି ପର୍ବ କୁ ପୂର୍ବଜ ଙ୍କ ପାଇଁ ଉତ୍ସର୍ଗ କରି ପିମ୍ପେଇ ଡକାଯାଏ । କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କରିଲୋପାଟଣା ଗ୍ରାମର ମଲ୍ଲଗଡା ରେ ରୁହନ୍ତି ସୁଷମା ମଲ୍ଲ । ତାଙ୍କର ସ୍ୱାମୀ ଦୀର୍ଘ ଦିନ ହେବ ଆର ପାରିକୁ ଚାଲି ଗଲେଣି । ତାଙ୍କର ସନ୍ତାନ ନାହାଁନ୍ତି । ଏହି ଦୁଃଖିନୀ ମା ଟି କିପରି ବା ଦୀପାବଳୀ ପାଳିବ ?

ଯାହାର ଘରେ ଖାଇବାକୁ ନାହିଁ, ପନ୍ଧିବା କୁ ନାହିଁ, ଦୀପ ଜାଳିବାକୁ ବଳିତା ନାହିଁ , ତାର ବା କଣ ଦୀପାବଳୀ । ଏହିପରି ଜଣେ ଅସହାୟ ମହିଳା ଙ୍କ ବିଷୟରେ ଜାଣିବା ପରେ, ତାଙ୍କ ନିକଟରେ ଆଶା ର ଦୀପାବଳୀ ନେଇ ପହଞ୍ଚିଥିଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତା ଗଣ । ମା ସୁଷୁମା ଙ୍କ ପାଇଁ ବସ୍ତ୍ର , ଦୁଇ ମାସ ର ରାସନ, ପନିପରିବା, ଖୁସି ର ପର୍ବ ପାଇଁ ମିଷ୍ଟାନ୍ନ ଓ ଦୀପାବଳୀ ର ସମସ୍ତ ସରଞ୍ଜାମ ସହ ତାଙ୍କ ଭଙ୍ଗା କୁଡ଼ିଆ ରେ ପହଞ୍ଚିଥିଲେ । ଏତେ ସବୁ ଜିନିଷ କୁ ଦେଖି ସୁଷମା ହତଵାକ ହୋଇଯାଇଥିଲେ । ମନେ ମନେ ଜଗନ୍ନାଥ ଙ୍କୁ ମୁଣ୍ଡିଆ ମାରି କହୁଥିଲେ, ପ୍ରଭୁ ମନର ଆଶା ପୂରଣ କରିଦେଲ ।
ଆଜି ତୋ ପାଦ ତଳେ ଦୀପାଳି ଜାଳିବି । ଜଣେ ଗ୍ରାମର ପିଲା ଆସି ପଚାରିଲେ ମା ଆଜି କଣ ତୋ ଘରେ ଏତେ ଲୋକ, ସୁଷମା କହିଲେ ଦୀପାବଳୀ ପାଳନ ପାଇଁ ଜଗନ୍ନାଥ ତାଙ୍କ ପିଲା ଙ୍କୁ ପଠାଇଛନ୍ତି । ଏହି କାର୍ୟ୍ୟକ୍ରମ ଦେଖି ସାରା ଅଂଚଳ ବାସୀ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ କୁ ଧନ୍ୟ ଧନ୍ୟ କହିଥିଲେ । ଆଜି ଠୁ ସୁଷମ ମା ର ସୁଖ ଦୁଃଖ ର ସାଥି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ବୋଲି ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି ମତ ଦେଇଥିଲେ । ଏହି କାର୍ୟ୍ୟକ୍ରମ ଥିଲା ଆଶା ର ଦୀପାବଳୀ ବୋଲି ଟ୍ରଷ୍ଟ ର ଯଶୋଦା ମା ମତ ଦେଇଥିଲେ । ଆଜିର କାର୍ୟ୍ୟକ୍ରମ କୁ ମୁଖ୍ୟ ପରିଚାଳନା କରିଥିଲେ ଟ୍ରଷ୍ଟ ର ସମ୍ପାଦକ ରାଜେଶ କୁମାର ବାରିକ । ଅନ୍ୟ ସହଯୋଗୀ ବନ୍ଧୁ ମାନେ ହେଲେ ପଦାରବିନ୍ଦ, ଗଙ୍ଗାଧର ସାମଲ, କେଦାର ସ୍ୱାଇଁ, ନିଗମ ସାହୁ, ଭାବଗ୍ରାହୀ ସାହୁ, କାଳନ୍ଦୀ ମଲ୍ଲିକ ଓ ଅନ୍ୟ ମାନେ । ବିଶିଷ୍ଠ ସମାଜ ସେଵୀ ଦମନ ମହାନ୍ତିଙ୍କ ପରାମର୍ଶ କ୍ରମେ ଏହି କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା ।
