ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର ଚୋରି

କେନ୍ଦ୍ରାପଡ଼ା,୨୧/୧୦/୨୦୨୫(ଓଡ଼ିଶା ସମାଚାର)- ନିକିରାଇ ଥାନା ଅନ୍ତର୍ଗତ କୋରୋ ଗ୍ରାମର ଦିବାକର ଜେନାଙ୍କ ପୁଅ ଗୋଲେଖ ଚନ୍ଦ୍ର ଜେନାଙ୍କ ଘରେ କେହି ନଥିବାର ସୁଯୋଗ ନେଇ କେହି ଦୁର୍ବୃତ ତାଙ୍କ କବାଟ ତାଡି ଘରେ ପଶି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରିନେଇଛି ।

ଚୋରି ହୋଇଥିବା ଜିନିଷ ମଧ୍ୟରେ ଗୋଟିଏ ସୁନାହାର, ୨ଟି ସୁନା ଚେନ, ୧୨ଟା ସୁନା ମୁଦି ସମେତ ନଗଦ ୫ହଜାର ଟଙ୍କା ରହିଛି । ପଟ୍ଟାମୁଣ୍ଡାଇର ରଘୁନାଥ ପରିଡା ନିକିରାଇ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କ ଭିଣୋଇ ଗୋଲେଖ ସପରିବାର ବାଙ୍ଗାଲୋରରେ ରୁହନ୍ତି ।

ତାଙ୍କ କୋର ଗ୍ରାମରେ ଥିବା ପୈତୃକ ଘରେ କେହି ନଥିବାର ସୁଯୋଗନେଇ କୌଣସି ଦୁର୍ବୃତ ଘରର କବାଟ ତାଲା ଭାଙ୍ଗି ଘରେ ପଶି ଘର ଭିତରେ ଥିବା ୨ଟି ଗୋଦରେଜ ଆଲମୀରା ଓ ୨ଟି ଟିଣ ବାକ୍ସ ଭାଙ୍ଗି ସେଥିମଧ୍ୟରେ ଥିବା ଉପରୋକ୍ତ ସୁନା ଅଳଙ୍କାର ଓ ନଗଦ ଅର୍ଥ ସହ ଅନ୍ୟାନ୍ୟ ସମସ୍ତ ଜିନିଷ ଚୋରି କରିନେଇଛି ।

 

Leave a Reply

Your email address will not be published. Required fields are marked *