ବସନ୍ତପୁର ଶ୍ରୀ ଶିରିଡ଼ିି ସାଇ ମନ୍ଦିରରେ ଗୁରୁ ପୂର୍ଣ୍ଣିମା ପାଳିତ

ଗରଦପୁର, ୨୯/୦୭/୨୦୨୬ (ଓଡ଼ିଶା ସମାଚାର)- ଆଷାଢ଼ ମାସ ପୂର୍ଣ୍ଣିମା ତିଥିରେ ଭାରତବର୍ଷର ସର୍ବତ୍ର ଗୁରୁପୂର୍ଣ୍ଣିମା ପାଳନ କରାଯାଏ । ଏହାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ସମସ୍ତପୂର୍ଣ୍ଣିମା ମଧ୍ୟରେ ଏହାକୁ ଶ୍ରେଷ୍ଠ ସ୍ଥାନ ଦିଆଯାଇଛି । ଏହି ଅବସରରେ ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ବସନ୍ତପୁର ଗ୍ରାମରେ ପ୍ରତିଷ୍ଠିତ ଶ୍ରୀ ଶିରିଡ଼ିି ସାଇ ମନ୍ଦିରରେ ଗୁରୁ ପୂର୍ଣ୍ଣିମା ପାଳିତ ହୋଇ ଯାଇଛି ।

ହି ଉପଲକ୍ଷେ ସକାଳ ସାଢ଼େ ୫ ଟାରେ କାକଡ଼ ଆଳତି, ସକାଳ ସାଢ଼େ ୬ ଟା ରେ ବାବା ଙ୍କ ସ୍ନାନ ଆରତି, ସକାଳ ୯ ଟାରେ ହୋମ ଓ ମହାଭିଷେକ ପୂଜା , ୧୨ ଟା ରେ ମଧ୍ୟାହ୍ନ ଆରତି,୬ ଟାରେ ସନ୍ଧ୍ୟା ଆରତି ଅନୁଷ୍ଠିତ ହୋଇଥିଲା ।

ଆନ୍ତର୍ଜାତିକ ଆଧ୍ୟାତ୍ମିକ ଗୁରୁ ଡ଼କ୍ଟର ଚନ୍ଦ୍ରଭାନୁ ଶତପଥି ଜୀ ଶୁଭେଛା ଜଣାଇ ବାର୍ତା ପଠାଇଛନ୍ତି ।

ଶିରିଡ଼ିି ସାଇ ଚାରିଟେବୁଲ ଟ୍ରଷ୍ଟ ର ମ୍ୟାନେଜିଂ ଟ୍ରଷ୍ଟି ଡ଼କ୍ଟର ରୁଦ୍ର ମହାନ୍ତି , ସମ୍ପାଦକ ସୁନିଲ କୁମାର ମହାନ୍ତି, ଚଣ୍ଡିପ୍ରସାଦ ମହାନ୍ତି, କସ୍ତୁରିକା ମହାନ୍ତି,ସାମ୍ବାଦିକ ଡ଼କ୍ଟର ଦୀପ୍ତିରଂଜନ କାନୁନଗୋ , ରବିନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବାବାଙ୍କ ମହାଭିଷେକ କରାଇଥିଲେ ।

କମଳ ମହାନ୍ତି ଓ ସଂଯୁକ୍ତା ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମହାଭିଷେକ ପରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *