କେନ୍ଦ୍ରାପଡ଼ା,୨୧/୧୦/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକର ବଳଭଦ୍ରପୁର ସାତବାଟିଆ ଗ୍ରାମର ବିଶିଷ୍ଟ ସମାଜସେବୀ ଅର୍ଜୁନ ଚରଣ ସାହୁଙ୍କ ୮୭ବର୍ଷ ବୟସରେ ପରଲୋକ ହୋଇଯାଇଛି ।
ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ପୁଅ ଦିଲ୍ଲିପ, ଦିପକ, ପ୍ରତାପ, ପ୍ରଦିପ, ପୁତ୍ରବଧୁ କିରଣ, ସିନୁ, କାଜଲ, ଲିଜା, ଝିଅ କଳ୍ପନା, କଲ୍ୟାଣୀ,ପ୍ରଣତୀ ଓ ଜ୍ୱାଇଁ ରୋହିତ,ନୃସିଂହ, ନାତିନାତୁଣୀ ଓମପ୍ରକାଶ,ଓମ,ସତ୍ୟପ୍ରକାଶ, ସାନଭି,ପିକୁ, ଚିକୁ ଓ ରିଙ୍କୁ ପ୍ରମୁଖ ଉପସ୍ଥିତ ଥିଲେ ।
ତାଙ୍କ ବିୟୋଗ ଖବର ପାଇ ସ୍ଥାନୀୟ ଅଂଚଳର ବବୁ ବିଶିଷ୍ଟ ବ୍ୟକ୍ତି ସାତବାଟିଆସ୍ଥିତ ବାସଭବନରେ ପହଂଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସ୍ୱର୍ଗତ ସାହୁଙ୍କ ବିୟୋଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା ଓ କୁଳମଣୀ ରାଉତ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ଦିଲ୍ଲୀପ ମୁଖାଗ୍ନି ଦେଇଥିଲେ ।
