ନିଶ୍ଚିନ୍ତକୋଇଲି, ୨୧/୧୦/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା)- ନିଶ୍ଚିନ୍ତକୋଇଲି ବ୍ଲକ ଦାଉଦପୁର ପଞ୍ଚାୟତ ନଇଗୁଆଁ ମଠର ମହନ୍ତ ସ୍ବର୍ଗତ ଅଲେଖ ଚନ୍ଦ୍ର ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ମଙ୍ଗଳବାର ଦିନ ଏକ ସ୍ମୃତିସଭା ସହ ସଂକୀର୍ତନ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି।
ମହନ୍ତ ନବ କିଶୋର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତି ସଭାରେ ସରପଞ୍ଚ ଲଳିତେନ୍ଦୁ ବିଶୋଇ, ପୂର୍ବତନ ସରପଞ୍ଚ ମିହିର କୁମାର ମିଶ୍ର, ଦିବାକର ସାହୁ, ସମାଜସେବୀ ଅନନ୍ତ ଗୋପାଳ ବିଶୋଇ, ସତ୍ୟ ଗୋପାଳ ବିଶୋଇ, ଶିକ୍ଷାବିତ ଦୀନବନ୍ଧୁ ସାହୁ, ରାଜକିଶୋର ଦାସ, ସମାଜସେବୀ ଅନନ୍ତ ଚରଣ ମିଶ୍ର, ସୁବାସ ସାହୁ, ବରିଷ୍ଠ ସାମ୍ବାଦିକ ରତ୍ନାକର ବାରିକ, ବସନ୍ତ କୁମାର ରଥ, ସୂର୍ଯ୍ୟ ନାରାୟଣ ଦାଶ, ବିଭୁତି ଭୂଷଣ ମଲ୍ଲ, ରମେଶ ଚନ୍ଦ୍ର ଜେନା, ପ୍ରଫୁଲ୍ଲ କୁମାର ମହାପାତ୍ର, କ୍ଷମାନିଧି ପୂଜାରୀ, ଗୋବିନ୍ଦ ଚନ୍ଦ୍ର ଦାସ, ଆଇନଜୀବୀ ଅମରେନ୍ଦ୍ର ନାରାୟଣ ଦାସ, ଜିତେନ୍ଦ୍ର ମିଶ୍ର, ଦିଲୀପ କୁମାର ମହାନ୍ତି, ବିଜୟ ଗୋପାଳ ବିଶୋଇ ପ୍ରମୁଖ ଯୋଗଦେଇ ମହନ୍ତ ସ୍ବର୍ଗତ ଅଲେଖ ଚନ୍ଦ୍ର ଦାସଙ୍କ ବହୁମୁଖୀ ପ୍ରତିଭା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଶେଷରେ ମହନ୍ତ ମୀନକେତନ ଦାସ ସମସ୍ତଙ୍କ ଉପସ୍ଥିତି ପାଇଁ କୃତଜ୍ଞତା ଜଣାଇଥିଲେ ।
