ଗୁରୁଜୀ ଡ଼ ଚନ୍ଦ୍ରଭାନୁ ଶତପଥିଙ୍କ କଳିଙ୍ଗ ଷ୍ଟାଡ଼ିୟମ ପରିଦର୍ଶନ

ଭୁବନେଶ୍ୱର,୧୧/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ମହାନ୍ ଆଧ୍ୟାତ୍ମିକ ଚିନ୍ତକ ତଥା ଗବେଷକ ଗୁରୁଜୀ ଡ଼ ଚନ୍ଦ୍ରଭାନୁ ଶତପଥି ଆଜି ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡ଼ିୟମ ପରିଦର୍ଶନରେ ଆସିଥିଲେ । ଷ୍ଟାଡ଼ିୟମ ପରିସରରେ ନବ ନିର୍ମିତ ଅତ୍ୟାଧୁନିକ ସ୍ପୋର୍ଟସ ସାଇନ୍ସ ସେଂଟର , ଟେନିସ ଅଡ଼ିଟୋରିୟମ ,ଇନଡ଼ୋର ଆକ୍ୱାଟିକ୍ ସେଂଟର ,ଟେନିସ୍ କୋର୍ଟ ଓ ହକି ଷ୍ଟାଡ଼ିୟମ ଆଦି ବୁଲି ଦେଖିଥିଲେ ।
ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପ୍ରମୁଖ ସଚିବ ଭାଷ୍କର ଜ୍ୟୋତି ଶର୍ମା ,କ୍ରୀଡ଼ା ବିଭାଗ ନିର୍ଦେଶକ ସିଦ୍ଧାର୍ଥ ଦାସ, ଦୀପଙ୍କର ମହାପାତ୍ର ଆଇଏଏସ ,ଯୁଗ୍ମ ସଚିବ ବିଜୟାନନ୍ଦ ନାୟକ, ଅତିରିକ୍ତ ଶାସନ ସଚିବ ବିଜୟ ସ୍ୱାଇଁ ତଥା ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଗୁରୁଜୀ ଡ଼ ଶତପଥି ଙ୍କୁ ସ୍ୱାଗତ କରିଥିଲେ । ଗୁରୁଜୀ ଷ୍ଟାଡ଼ିୟମ ଦେଖି ଖୁସି ପ୍ରକାଶ କରିଥିଲେ ଏବଂ ବିଭାଗୀୟ ଅଧିକାରୀ ତଥା କ୍ରୀଡ଼ା ଛାତ୍ରାବାସ ର ଛାତ୍ର ଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଗୁରୁଜୀ କହିଥିଲେ ଯେ ଖେଳିଲେ ସ୍ଫୁର୍ତି ଆସିଥାଏ । ଖେଳରେ ମନ ଲଗାଇଲେ ପାଠ ପଢ଼ାରେ ଧ୍ୟାନ ରହିବ ନାହିଁ ବୋଲି ଧାରଣା ଠିକ୍ ନୁହେଁ । ସେ ନିଯେ ଭଲ ଖେଳୁଥିଲେ ଏବଂ ଭଲ ପାଠ ବି ପଢ଼ୁଥିଲେ । ଗୁରୁଗ୍ରାମସ୍ଥିତ “ସାଇ କା ଆଙ୍ଗନ୍” ର ପିଲାମାନେ ଖେଳରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରିବା ସହ ପାଠ ପଢ଼ାରେ ବି ଉତ୍କର୍ଷତା ଲାଭ କରୁଛନ୍ତି ବୋଲି ଗୁରୁଜୀ କହିଥିଲେ ।

Leave a Reply

Your email address will not be published. Required fields are marked *