ପଦ୍ମଚରଣ ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ୟୁନାଇଟେଡ଼ ଏଫସି ଗଣ୍ଡରପୁର  ଫାଇନାଲରେ

ନିମାପଡା, ୩୧/୦୧/୨୦୨୫ (ଓଡ଼ିଶା ସମାଚାର)-ନିମାପଡା ଆଥଲେଟିକ ଆସୋସିଏସନ ଦ୍ୱାରା ଆୟୋଜିତ  ୧୦ମ ରାଜ୍ୟସ୍ତରୀୟ ପଦ୍ମଚରଣ ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ବାରବାଟି ମିନି ଷ୍ଟାଡିଅମରେ ଶୁକ୍ରବାର  ଅପରାହ୍ନ ୩ ଘଟିକା ସମୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ୟୁନାଇଟେଡ଼ ଏଫସି ଗଣ୍ଡରପୁର ଭୁବନେଶ୍ୱର ଏବଂ କେବିଏଫସି ଚାଉଳିଆଗଞ୍ଜ କଟକ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । କେବି ଏଫସି ଚାଉଳିଆଗଞ୍ଜକୁ  ୦ – ୩ ଗୋଲରେ ହରାଇ   ୟୁନାଇଟେଡ଼ ଏଫସି ଗଣ୍ଡରପୁର  ଫାଇନାଲରେ ପ୍ରବେଶ କରିଛି ।  ଶ୍ରେଷ୍ଠ ଖେଳ ପ୍ରଦର୍ଶନ ନିମନ୍ତେ ୟୁନାଇଟେଡ଼ ଏଫସି ଗଣ୍ଡରପୁରର ଖେଳାଳି ବିକାଶ ପଢିହାରୀଙ୍କୁ ମ୍ୟାନ ଅଫ ଦିମ୍ୟାଚ ଭାବେ ବିବେଚିତ କରାଯାଇଥିଲା । ଅତିଥି ଭାବେ ମେଜର ଅମରେଶ ନନ୍ଦନ ସାହୁ,କ୍ରୀଡ଼ାବିତ ଜିତେଶ କାନୁନଗୋ,ବିଶ୍ୱଜିତ ମଲ୍ଲିକ,ଆସୋସିଏସନ ଉପସଭାପତି ଦୋଳ ଗୋବିନ୍ଦ ସେଠୀ,ସମ୍ପାଦକ ଜୀବନାନନ୍ଦ ମହାପାତ୍ର ଓ ଆସୋସିଏସନ ଫୁଟବଲ ସମ୍ପାଦକ ପ୍ରକାଶ ବରାଳ ଅତିଥି ଭାବେ ଯୋଗଦେଇଥିଲେ । ଖେଳ ପରିଚାଳନା କରିଥିଲେ ରେଫରୀ ଦୈତାରୀ କରୁଆ , ସହଯୋଗ କରିଥିଲେ ମିଳନ ମହାନ୍ତି ଓ ଜ୍ୟୋତିରଞ୍ଜନ ସ୍ୱାଇଁ ଏବଂ ୪ର୍ଥ ରେଫରି ଥିଲେ ସମରବରାଳ ।

Leave a Reply

Your email address will not be published. Required fields are marked *