କଟକ, ୨୧/୧୦/୨୦୨୫ (ଓଡିଶା ସମାଚାର /ଅଭୟ ଜେନା) – ସଦର ଥାନା ଅନ୍ତର୍ଗତ ଉତ୍ତମାପୁର ଗ୍ରାମରେ ଥିବା ସମ୍ପର୍କ ନାମକ ନିଶା ନିବାରଣ କେନ୍ଦ୍ର ରେ ସୌମ୍ୟରଂଜନ ଦାସ ନାମକ ଯୁବକକୁ ଗତ କାଲି ରାତିରେ ହତ୍ୟା କରାଯାଇଛି ।

ଗତ କାଲି ରାତିରେ ସେହି ନିଶା ମୁକ୍ତି କେନ୍ଦ୍ର ର ଚାରି ଜଣ ଯୁବକ ଝରକା ଭାଙ୍ଗି ପଳାଇବାକୁ ଚେଷ୍ଟା କଲା ବେଳେ ସୌମ୍ୟରଂଜନ ଦେଖିଦେବାରୁ ଉକ୍ତ ଚାରି ଜଣ ଯୁବକ ସୌମ୍ୟରଞ୍ଜନ ର ତଣ୍ଟି ଚିପି ହତ୍ୟା କରିଛନ୍ତି । ଖବର ପାଇ ସଦର ଥାନା ACP ଶଶୀକାନ୍ତ ରାଉତ IIC ତୁଷାର କାନ୍ତ ସେଠି ପହଂଚି ମୃତ ଦେହ ଜବତ କରିବା ସହ ଚାରିଜଣ ଙ୍କୁ ଗିରଫ କରିଛନ୍ତି ।
