ଭୁବନେଶ୍ୱର, ୩୧/୦୧/୨୦୨୪ (ଓଡ଼ିଶା ସମାଚାର)-ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗରୀବ ମାନଙ୍କ ପାଇଁ ବହୁ ଯୋଜନା କରିଥିବା ବେଳେ ଏବେ କିନ୍ନରମାନଙ୍କୁ ଉଚ୍ଚଶିକ୍ଷାରେ ମାଗଣା ପାଠ ପଢିବା ଉପରେ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ସାମିଲ୍ କରିଥିବାରୁ ମହାସଂଘ ତରଫରୁ ସଭାପତି ପ୍ରତାପ ସାହୁଙ୍କ ସମେତ ପ୍ରତ୍ୟେକ ଜିଲାର କିନ୍ନର ସଭାପତିମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଅନ୍ତରରୁ ଧନ୍ୟବାଦ ଜଣାଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ମାନ୍ୟବର ମୁଖ୍ୟନ୍ତ୍ରୀ ୨୦୨୩-୨୪ ଶିକ୍ଷାବର୍ଷରୁ ଉଚ୍ଚତର ଶିକ୍ଷା ଓ ସ୍ନାତକୋତର ଶିକ୍ଷା ପାଇଁ କିନ୍ନର ପିଲାମାନେ ମାଗଣାରେ ସହାୟତା ପାଇପାରିବେ । ଖାଲି ସେତିକି ନୁହେଁ ଏହି ଯୋଜନାରେ ଏଚଆଇଭି / ଏଡ୍ସ୍ ଆକ୍ରାନ୍ତ ପରିବାର, ବାସହୀନ ପରିବାର, ଛାଡ଼ପତ୍ର ପାଇଥିବା ମହିଳା ଏହିଭଳି ବହୁ ଗରୀବ ଅସହାୟ ଅନାଥ ପିଲାମାନଙ୍କୁ ସହାୟତାର ହାତ ବଢାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ପୁନର୍ବାର କୃତଜ୍ଞତା ଜ୍ଞାପନ କରିଛନ୍ତି ।