ଛତ୍ରପୁର,୨୦/୧୦/୨୦୨୫ (ଓଡ଼ିଶା ସମାଚାର)- ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ର ସାମ୍ବାଦିକ ସନ୍ତୋଷ କୁମାର ପାଢୀଙ୍କ ପରଲୋକ ଘଟିଛି। ଆଜି ସୋମବାର ଅପରାହ୍ନରେ ୪୫ ବର୍ଷ ବୟଷରେ କାଳିଆବାଲି ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ସେ ଗତ କିଛିଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ।
ସ୍ୱର୍ଗତ ପାଢୀ ଧରିତ୍ରୀ ଖବର କାଗଜ ର ଛତ୍ରପୁର ବ୍ଲକ୍ ପ୍ରତିନିଧି ଭାବେ କାର୍ଯ୍ୟକରୁଥିଲେ । ପୂରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବା ପାଇଁ ପୂରୀ ନିଆଯାଇଛି ।
ସାମ୍ବାଦିକ ସନ୍ତୋଷ କୁମାର ପାଢୀଙ୍କ ଅକାଳ ବିୟୋଗ
