ଶିକ୍ଷା ସପ୍ତାହରେ  ଅଚ୍ୟୁତପୁର କ୍ଲଷ୍ଟର ବିଦ୍ୟାଳୟ ରେ ବୃକ୍ଷ ରୋପଣ 

ନିରାକାରପୁର, ୨ ୭ /୭/୨୦୨୪ (ଓଡ଼ିଶା ସମାଚାର)- ଜାତୀୟ ଶିକ୍ଷା ନୀତି-୨୦୨୦ର ଚତୁର୍ଥ ବାର୍ଷିକ ପୂର୍ତ୍ତି ଅବସରରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମର ଆଜିର ଇକୋ କ୍ଲବ ଓ ସ୍କୁଲ ପୋଷଣ ଦିବସରେ  ଟାଙ୍ଗୀ ବ୍ଲକ ଅଚ୍ୟୁତପୁର କ୍ଲଷ୍ଟର କମାଗୁରୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ସଭାରେ ସହକାରୀ ଶିକ୍ଷୟତ୍ରୀ ସୌଦାମିନୀ ଗୁମାନସିଂହ ସଭାପତିତ୍ବ କରିଥିବା ବେଳେ ଅତିଥି ଭାବରେ ସି. ଆର୍.ସି.ସି.ବିଜୟ କୁମାର ମାନସିଂହ ,ସାମ୍ବାଦିକ ହିମାଂଶୁ ଭୁଷଣ ଚମ୍ପତିରାୟ ,ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ନାୟକ ,ବିଦ୍ୟାଳୟ ପରିଚାଳନା ସଭାପତି ପବିତ୍ର ମହାରଣା ପ୍ରମୁଖ ଉପସ୍ଥିତ ରହି ଏହି ଦିବସର ମହତ୍ତ୍ଵ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସେହିପରି ଉକ୍ତ କ୍ଲଷ୍ଟର ଅଧୀନସ୍ଥ ଅରିଶଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି ଦିବସ ଆଧ୍ୟାତ୍ମିକ ଚିନ୍ତାଧାରା ନେଇ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାମନ୍ତରାୟ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ପ୍ରଧାନ,ସି.ଆର୍.ସି.ସି.ବିଜୟ କୁମାର ମାନସିଂହ,ସାମ୍ବାଦିକ ହିମାଂଶୁ ଭୁଷଣ ଚମ୍ପତିରାୟ , ଶିକ୍ଷକ ବସନ୍ତ କୁମାର ରାଉତ ଓ ୱାର୍ଡ ସଭ୍ୟ ସସ୍ମିତା ବେହେରା ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ ଦ୍ଵାରା ହେଉ ଥିବା ଉପକାରିତା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଉଭୟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ ଟାଙ୍ଗୀ ବିଇଓ ରବୀନ୍ଦ୍ର କୁମାର ସାହୁ ଙ୍କ ନିର୍ଦ୍ଦେଶରେ ଅନୁଷ୍ଠିତ ହୋଇଯାଇଛି ।

Leave a Reply

Your email address will not be published. Required fields are marked *