ମାହାଙ୍ଗା,୨୩/୧୨/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )- ଗୁରୁଭକ୍ତି ଏବଂ ସହନଶୀଳତା ପାଇଁ ପ୍ରତ୍ୟେକ ବିଦ୍ୟାର୍ଥୀ ଜୀବନରେ ଭଲ ମଣିଷ ହୋଇଥାନ୍ତି । ଛାତ୍ର-ଛାତ୍ରୀଙ୍କ ଭିତରେ ଦୟା,କ୍ଷମା, ପରୋପକାର ଏବଂ ମାନବୀୟ ମୂଲ୍ୟବୋଧ ସୃଷ୍ଟି କରିବା ପାଇଁ ଗୁରୁ ମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି ।
ମାହାଙ୍ଗା ବ୍ଲକ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାପୀଠ, କୋଠପଦା ଠାରେ ପୁରାତନ ଛାତ୍ର ସଂଘ ପକ୍ଷରୁ ଏକ ବଂଧୁ ମିଳନ ଉତ୍ସବ ସଂଘର ସଭାପତି ସାମ୍ବାଦିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ୧୯୮୪ ବ୍ୟାଚର ପଚାଶରୁ ଉର୍ଦ୍ଧ୍ୱ ଛାତ୍ର-ଛାତ୍ରୀ ଏହି ଉତ୍ସବରେ ଯୋଗଦେଇଥିଲେ । ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ବଟ କିଶୋର ପଣ୍ଡା ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ,ଗୁରୁଶିଷ୍ୟ ପରମ୍ପରାର ମହନୀୟ ଦିଗ ଉପରେ ଆଲୋକପାତ କରିଥିଲେ । ପ୍ରାକ୍ତନ ପ୍ରଧାନଶିକ୍ଷକ ନାଟ୍ୟକାର କିଶୋର ଚନ୍ଦ୍ର ଦାଶ ମୁଖ୍ୟ ବକ୍ତାଭାବେ ଯୋଗଦେଇ ଜୀବନରେ ସୁଖ-ଶାନ୍ତି ପାଇବାକୁ ହେଲେ ଆଧ୍ୟାତ୍ମିକତା ମାର୍ଗରେ ବ୍ରତୀ ହେବାକୁ ବିଦ୍ୟାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରଧାନଶିକ୍ଷକ ପ୍ରତାପ କିଶୋର ନାୟକ, ଶିକ୍ଷକ ମାଗୁଣି ଚରଣ ସାମଲ ଏବଂ ଶିକ୍ଷକ ଭାରତ ଭୂଷଣ ଦାସ ଉତ୍ସବରେ ଅତିଥିଭାବେ ଯୋଗଦେଇଥିଲେ । ପୁରାତନ ଛାତ୍ର ଈଶ୍ୱର ଚନ୍ଦ୍ର ଆଚାର୍ଯ୍ୟ ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପୁରାତନ ଛାତ୍ରୀ ଅରୁଣା ଆଚାର୍ଯ୍ୟ, ମନୋଜ ମଞ୍ଜରୀ ବିଶ୍ୱାଳ, ମଞ୍ଜୁଲତା ବାଗ, ସୌଦାମିନୀ ସିଂ, ଅନ୍ନପୂର୍ଣ୍ଣା ମହାରଣା, ଲକ୍ଷ୍ମୀପ୍ରିୟା ସେଠୀ,ପୁରାତନ ଛାତ୍ର ଅଜୟ ମହାପାତ୍ର, ମନୋଜ ମହାନ୍ତି, କ୍ଷୀରୋଦ ବାଘ, ରତ୍ନାକର ଦାସ, ବିକ୍ରମ ମହାନ୍ତି,ରାଜକିଶୋର ମହାନ୍ତି, ସଂଜୀବ ମହାନ୍ତି, ସୟେଦ ତାହେର ଅଲ୍ଲୀ,ଗୟାଧର ସାହୁ, ଉପେନ୍ଦ୍ର ଖିଲାର, ବନମାଳୀ ବାରିକ, ବିଜୟାନନ୍ଦ ସ୍ୱାଇଁ,ହେମନ୍ତ ବେହେରା, ରଂଜିତ ପଣ୍ଡା,ସୁବାସ ଦାସ, ବିଷ୍ଣୁ ଚରଣ ବେହେରା, ଅରବିନ୍ଦ ମହାନ୍ତି, ହରିହର ପଣ୍ଡା, ଅରକ୍ଷିତ ପ୍ରଧାନ, ଅରୁଣ ରାଉତ,ବିଜୟ ବାଗ, ପ୍ରକାଶ ଦାସ, ଲକ୍ଷ୍ମୀଧର ପଣ୍ଡା, ପ୍ରଫୁଲ୍ଲ ଜେନା, ବିଜୟ ପଣ୍ଡା, ଲକ୍ଷ୍ମୀଧର ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ମୁଖ୍ୟଅତିଥି ଶିକ୍ଷାବିତ ବଟ କିଶୋର ପଣ୍ଡା କେକ କାଟି ଏହି ଭବ୍ୟ ଉତ୍ସବକୁ ସ୍ମରଣୀୟ କରିଥିଲେ । ପୁରାତନ ଛାତ୍ରସଂଘ ପକ୍ଷରୁ ରଘୁନାଥ ବିଦ୍ୟାପୀଠର ଗରୀବ ମେଧାବୀ ଛାତ୍ର-ଛାତ୍ରୀଙ୍କୁ ବିଭିନ୍ନ ସମୟରେ ଆର୍ଥିକ ପ୍ରୋତ୍ସାହନ ଯୋଗାଣ ଏବଂ ପୁରାତନ ବିଦ୍ୟାର୍ଥୀ ମାନଙ୍କ ପରିବାର ଭିତରେ କୌଣସି ବିପଦ ଆପଦ ଘଟିଲେ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ପାଇଁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଉତ୍ସବରେ ପୁରାତନ ଛାତ୍ର ଡାକ୍ତର ବିକ୍ରମ କେଶରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।