କେନ୍ଦ୍ରାପଡା, ୧୯/୧୦/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସାଂସଦ ତଥା ବିଜେପି ରାଷ୍ଟି୍ରୟ ଉପଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଦ୍ୱାରା ନିଜ ସଂସଦୀୟ କ୍ଷେତ୍ରର “ସଂସଦ ଖେଳ ମହୋତ୍ସବ” କେନ୍ଦ୍ରାପଡା ହାଇସ୍କୁଲ ପଡିଆରେ ଉଦ୍ଘାଟିତ ହୋଇଯାଇଛି । ଏଥିପାଇଁ ଆୟୋଜିତ ଏକ ସଭାରେ ସାଂସଦ ଶ୍ରୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଏହି ଖେଳ ମହୋତ୍ସବ ଦ୍ୱାରା ଗ୍ରାମୀଣ କ୍ରୀଡା କ୍ଷେତ୍ରରେ ବହୁ ପ୍ରତିଭା ଲୁକାୟିତ ଭାବରେ ରହିଛି । ସେମାନେ ଉପଯୁକ୍ତ ସୁବିଧା ସୁଯୋଗ ନ ପାଇବାହେତୁ ସେମାନଙ୍କର ପ୍ରତିଭା ବଣମଲ୍ଲି ଭଳି ବଣରେ ନଷ୍ଟ ହୋଇଯାଉଛି ।
ସେମାନେ ସାଧାରଣତ ଲୋକ ଲୋଚନକୁ ଆସିପାରୁ ନାହାନ୍ତି । ଏହି ମହୋତ୍ସବ ମଧ୍ୟରେ ବହୁ ପ୍ରତିଭା ଆଗକୁ ଆସିବେ ଓ ଦେଶ, ରାଜ୍ୟ ଓ ଆମ ଜିଲାରେ ବହୁ ନୂତନ ପ୍ରତିଭା ସୃଷ୍ଟି ହେବ । ମୋର ଆଶା ଓ ବିଶ୍ୱାସ ଏହି କେନ୍ଦ୍ରାପଡାର ପ୍ରତିଭା ଆଗକୁ ହେବାକୁ ଥିବା “କମନ୍ୱଲଥ ଗେମ୍” ଓ ଅଲମ୍ପିକରେ ନିଶ୍ଚୟ ଭାଗନେବେ ଓ ମୋ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ନାମ ଉଜ୍ୱଳ କରିବେ । ଏଥି ପାଇଁ ଆୟୋଜିତ ଭଲିବଲ୍ ଓ କବାଡି ଖେଳ ଅନୁଷ୍ଠିତ ହୋଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ରଘୁରାମ ଆୟାର, ଜିଲାକ୍ରୀଡା ଅଧିକାରୀଙ୍କ ସମେତ ଜିଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ,ବିଜେପି ରାଜ୍ୟ ଉପସଭାପତି ବିଷ୍ଣୁ ଦାସ, ଅର୍ଚ୍ଚନା ନାୟକ, ସୁନାକର ବେହେରା, ମହାକାଳପଡା ବିଧାୟକ ଦୁର୍ଗାପ୍ରସନ୍ନ ନାୟକ, ବିଜେପି ମୁଖପାତ୍ର ତେଜେଶ୍ୱର ପରିଡା, ସଲିମ ଖାଁ, ଲଲିତ ବେହେରା, କୃଷ୍ଣଚନ୍ଦ୍ର ପଣ୍ଡା, ଉପିନ ରାଉତ, ନୃସିଂହ ପତ୍ରୀଙ୍କ ସମେତ ବହୁ ବିଜେପିର ବରିଷ୍ଠ କମକର୍ତା ଯୋଗଦେଇଥିଲେ । ସାଂସଦ ଶ୍ରୀ ପଣ୍ଡା କେନ୍ଦ୍ରାପଡା ହାଇସ୍କୁଲ ପଡିଆ ଛକରେ ପହଂଚିବା ପରେ ସାଂସଦକଙ୍କୁ ଏକ ବିରାଟ ପଟୁଆରରେ ହାଇସ୍କୁଲ ପଡିଆକୁ ପାଛୋଟି ଆଣିଥିଲେ । ।
