କେନ୍ଦ୍ରାପଡ଼ା, ୨୧/୦୧/୨୦୨୪ (ଓଡ଼ିଶା ସମାଚାର)- ଜଗତଗୁରୁ ଠାକୁର ଶ୍ରୀଶ୍ରୀ ଅଭିରାମ ପରମହଂସଦେବଙ୍କ ଆଶ୍ରମ ପ୍ରତିଷ୍ଠା ଉତ୍ସବ କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ଭକ୍ତସମିତି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବେଲତଳ ଠାରେ ଅନୁଷ୍ଠିତ ଆଶ୍ରମ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟଧାମ କରମଳାର ସନ୍ୟାସୀ ମାନେ ଯୋଗଦେଇ ହୋମଯଜ୍ଞ, ପୂଜାର୍ଚ୍ଚନା ଓ ଷୋଡଶ ଉପଚାର ପୂଜାସହିତ ଆଶ୍ରମ ପ୍ରତିଷ୍ଠା କରିଥିଲେ । ଏଥିରେ ବହୁ ଭକ୍ତ ଯୋଗଦେଇ ପ୍ରଭୁଙ୍କ ଆଶ୍ରିର୍ବାଦ ଭିକ୍ଷା କରିଥିଲେ । ସିଂହାସନରେ ଶ୍ରୀଶ୍ରୀ ଠାକୁରଙ୍କୁ ସନ୍ଥ ବିଦ୍ୟାଧର ଦାସ ମହାରାଜ ବିଜେ କରାଇଥିଲେ । ସେବକ ପ୍ରେମାନନ୍ଦ ପଣ୍ଡାଙ୍କ ତତ୍ୱାବଧାନରେ ସଂଜୟ ବେହେରା, ବସନ୍ତ ସାମଲ, ସତ୍ୟାନନ୍ଦ ସାହୁ, ଅଲେଖ ମହାନ୍ତି, ଅନାଦୀ ସ୍ୱାଇଁ, ଅଭୟ ଖିଲାଲ, ଅଭିରାମ ସାମଲ, କବିନ୍ଦ୍ର ସାମଲ, ପ୍ରଶାନ୍ତ ସ୍ୱାଇଁ, ରାଧାକୃଷ୍ଣ ରାଉତରାଏ, ବସନ୍ତ ସାମଲ, ବୈଷ୍ଣବ ପାତ୍ର, ଭଜହରି ରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟରେ କର୍ତାଭାବେ ସତ୍ୟାନନ୍ଦ ସହୁ ଓ କୃଷ୍ଣପ୍ରିୟା ସାହୁ ଯୋଗଦେଇ ପ୍ରତିଷ୍ଠା କାର୍ଯ୍ୟ ସମାପନ କରିଥିଲେ ।