ହେରୋଇନ୍ ଜବତ – – ଗିରଫ ହେଲେ ନିଶାବେପାରୀ

ଜଗତସିଂହପୁର, ୦୨/୦୧/୨୦୨୬ (ଓଡ଼ିଶା ସମାଚାର)-ଜଗତସିଂହପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ବଜାର ଠାରେ ଚଢଉ କରି ଜଣେ ନିଶା ବେପାରୀଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ଥାନା।

ଯାଞ୍ଚ ପରେ ତାଙ୍କ ପାଖରୁ ୧୯ ଗ୍ରାମର ହେରୋଇନ୍ ଜବତ କରାଯାଇଛି। ସୂଚନାଯୋଗ୍ୟ ଯେ ରାଇବରେଇ ଗ୍ରାମର ସୋମନାଥ ସାହୁ ଦୀର୍ଘ ଦିନ ଧରି ଆଖପାଖ ଅଞ୍ଚଳରେ ହେରୋଇନ୍ ବେପାର କରୁଥିବା ସମ୍ପର୍କ ରେ ଜଗତସିଂହପୁର ଅବକାରୀ ଥାନାକୁ ଅଭିଯୋଗ ମିଳିଥିଲା। ଗ୍ରାହକଙ୍କୁ ଯୋଗାଣ ଉଦ୍ଦେଶ୍ୟରେ ସେ ଆଜି ହେରୋଇନ୍ ରଖିଥିବାର ସୂଚନା ପାଇବା ପରେ ଜଗତସିଂହପୁର ଅବକାରୀ ଥାନାର ଉପନିରିକ୍ଷକ ଭାଗ୍ୟଲକ୍ଷ୍ମୀ ଦଳାଇ ଙ୍କ ନେତୃତ୍ବରେ ଏକ ଟିମ୍ ଗଠନ ହୋଇଥିଲା । ଗ୍ରାହକ ବେଶରେ ଅଭିଯୁକ୍ତଙ୍କ ସହ ସମ୍ପର୍କ କରିଥିଲେ ଜଗତସିଂହପୁର ଅବକାରୀ ଥାନାର କର୍ମଚାରୀ ଏବଂ ଡିଲ୍ ବେଳେ ଅଭିଯୁକ୍ତଙ୍କୁ ସିଙ୍ଗିପୁର ବଜାର ରେ ମାଡିବସିଥିଲେ।

ଗିରଫ ଅଭିଯୁକ୍ତ ଜଣକ ହେଲେ ରାଇବରେଇ ଗ୍ରାମର ସ୍ବର୍ଗତ ଅକ୍ଷୟ ନାୟକ ଙ୍କ ପୁତ୍ର ସୋମନାଥ ନାୟକ(୨୬)। ଜବତ ହେରୋଇନ୍ ର ଆନୁମାନିକ କଳାବଜାରୀ ମୂଲ୍ୟ ପ୍ରାୟ ୧,୯୦,୦୦୦ ଟଙ୍କା ହେବ। ଅଭିଯୁକ୍ତଙ୍କୁ ଜିଲ୍ଲା ଦୌରାଜଜ ଜଗତସିଂହପୁରଙ୍କ ନିକଟରେ ହାଜର କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ୧୪ଦିନିଆ ବିଚାର ବିଭାଗୀୟ ହାଜତ୍ କୁ ପଠାଇଛନ୍ତି। ନାର୍କୋଟିକ୍ସ ବ୍ୟବସାୟ ବିରୁଦ୍ଧରେ ଚଢାଉ କୁ ଅଧିକ ତୀବ୍ରତର କରାଯିବ ସହ ଶୂନ୍ୟ ସହନଶୀଳ ନୀତିରେ ଏହି ବ୍ୟବସାୟ ସହିତ ଜଡିତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଗାମୀ ଦିନରେ ଅବକାରୀ ବିଭାଗ ତାର ପ୍ରୟାସ ଜାରି ରଖିବ ବୋଲି ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ ପ୍ରକାଶ କରିଛନ୍ତି। ଅବକାରୀ ବିଭାଗ କୁ ଅଭିଯୁକ୍ତମାନଙ୍କ ର ଲୋକେସନ ଏବଂ କଲ ଟ୍ରାକିଙ୍ଗ ର ସୁବିଧା ପ୍ରଦାନ କରଗଲେ ଅବକାରୀ ବିଭାଗ ଅଧିକ କ୍ରିୟାଶୀଳ ହୋଇପାରିବ ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *