ବଡ଼ପୋଖରୀଆରେ ଧାନ ମଣ୍ଡି   ନୂତନ ଗୃହ  ଉଦଘାଟିତ 

ନିରାକାରପୁର,୧୬/୦୧/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟ ସରକାର ସଦା ସର୍ବଦା ଚାଷୀ ଓ ଚାଷକୁ ଦେଉଛନ୍ତି ଅଗ୍ରାଧିକାର। ଚାଷୀ ଭାଇ ମାନଙ୍କର ରୋଜଗାର କିଭଳି ଦ୍ବିଗୁଣିତ ହୋଇ ପାରିବ ସେଥିପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ଏବେ ଧାନ ଅମଳର ସମୟ…,  ଧାନ ଅମଳ ପରେ ଚାଷୀ କିଭଳି ଧାନ କୁ ସରକାରୀ ମଣ୍ଡିରେ ବିକ୍ରି କରି ଉଚିତ ମୂଲ୍ୟ ପାଇ ପାରିବ ସେଥିପାଇଁ ଗ୍ରହଣ କରୁଛନ୍ତି ଵିଧି ବଦ୍ଧ ବ୍ୟବସ୍ଥା। ଚାଷୀ ଭାଇ ମାନଙ୍କର କଲ୍ୟାଣ ପାଇଁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବଡ଼ ପୋଖରୀଆ ଗ୍ରାମ ପଞ୍ଚାୟତ ବୋଡ଼ଙ୍ଗରା ଗ୍ରାମରେ ଆଜି ବିଧିବଧ ଭାବେ ଉଦଘାଟନ ହୋଇ ଯାଇଛି ଧାନ ମଣ୍ଡି ନୂତନ ଗୃହ। ୩୬ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମାଣ ହୋଇଛି ଏହି ଅତ୍ୟାଧୁନିକ ଧାନ ମଣ୍ଡି ଗୃହ। ଏହି ଧାନ ମଣ୍ଡିରେ ଚାଷୀ ମାନଙ୍କ ଧାନ ବିକ୍ରି କରିବା ପାଇଁ କମ୍ପୁଟରାଇଜଡ଼ ଓଜନ କଣ୍ଟା, ସ୍ୱଚ୍ଛ ପାନୀୟ ଜଳ ସହ ଚାଷୀ ମାନଙ୍କ ପାଇଁ ବସିବା ସୁବିଧା ଓ ଧାନ ବସ୍ତା ରଖିବା ସୁବିଧା ରହିବ।ଏହି ଧାନ ମଣ୍ଡି ଉଦଘାଟନ କାର୍ଯ୍ୟକ୍ରମରେ ଓଡିଶା କୋଠା ବାଡ଼ି ନିର୍ମାଣ ସଂଗଠନ ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର,ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର. ଜିଲ୍ଲାପରିଷଦ ଅଧ୍ୟକ୍ଷା ରୁପଶ୍ରୀ ଗୁମାନ ସିଂ. ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା,ବିଜେଡି ପର୍ଯ୍ୟବେକ୍ଷକ କୈଳାଶ ଚନ୍ଦ୍ର ପାତ୍ର ,ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଥ ଶର୍ମା.ବିଜେଡି ରାଜ୍ୟ ମହିଳା ବରିଷ୍ଠ  ଉପ ସଭାନେତ୍ରୀ ବାସନ୍ତୀ ମହାପାତ୍ର ,ଜିଲ୍ଲାପରିଷଦ ସଭ୍ୟା ମିତାଞ୍ଜଳି ବଳିୟାର ସିଂ. ୧୨ନଂ ଜିଲ୍ଲା ପରିଷଦ ସଭ୍ୟ  ବିଜୟ ପାଲଟାସିଂ,ବିଜେଡି ସଂଗଠକ ସାଗର ବଳିୟାର ସିଂ, ସମାଜସେବୀ ସଚିନ ବଳିୟାରସିଂହ ପ୍ରମୁଖ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ। ଏହି ଅବସରରେ ଏକ ଶୋଭାଯାତ୍ରାରେ ସ୍ଥାନୀୟ ବିଜେଡି କର୍ମୀ ମାନେ ଅତିଥି ମାନଙ୍କୁ ପାଛୋଟି ଆଣିଥିଲେ। ଏହି ମଣ୍ଡି ନିର୍ମାଣ ହେବା ଦ୍ୱାରା ବଡ଼ ପୋଖରୀଆ ପଂଚାୟତ ର ଚାଷୀ ମାନେ ବେଶ ଉପକୃତ ହୋଇ ପାରିବେ ବୋଲି ଶ୍ରୀମୟୀ ମିଶ୍ର ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *