ସିଦ୍ଧେଶ୍ୱର ଦେବଙ୍କ ପୀଠରେ ମକର ସଂକ୍ରାନ୍ତି ଯାତ୍ରା

ଖୋର୍ଦ୍ଧା,୧୫/୧/୨୪(ଓଡିଶା ସମାଚାର/ଦୀପକ ପ୍ରଧାନ) – ଆଜି ପବିତ୍ର ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ଖୋର୍ଦ୍ଧା ଜିଲ୍ଲା ଲେଣ୍ଡୋ ଗ୍ରାମପଞ୍ଚାୟତ ଠାରେ ରାଜ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ବାବା ସିଦ୍ଧେଶ୍ୱର ଦେବଙ୍କ ପୀଠରେ। ମକର ସଂକ୍ରାତି ଉପଲକ୍ଷେ ସିଦ୍ଧେଶ୍ୱର ମନ୍ଦିରରେ ସ୍ୱତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ ହେଉଥିବାବେଳେ ପ୍ରତି ଓଡ଼ିଆଙ୍କ ଘରେ ମକର ଚାଉଳ ଭୋଗ ଲାଗିକରିବା ପରମ୍ପରା ରହିଛି।ଆଜି ସିଦ୍ଧେଶ୍ୱର ମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ମକର ଚାଉଳ ଭୋଗ ଲାଗି କରାଯାଇଛି। ମକର ସଂକ୍ରାନ୍ତି ଦିନ ଗୋ ପୂଜନର ବିଧି ମଧ୍ୟ ରହିଛି।ଶିବଙ୍କ ପ୍ରତୀକ ରୂପେ ବାସୁଆ ବଳଦ କୁ ଲୋକେ ଆଜି ପୂଜାର୍ଚନା କରିଛନ୍ତି ।ଆଜି ସିଦ୍ଧେଶ୍ୱର ଦେବଙ୍କ ପିଠରେ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ଭିଡ ଜମିଥିବା ବେଳେ ଧାଡି ଦର୍ଶନ କରିଛନ୍ତି ମାନସିକ ଧାରିମାନେ। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ନିରାକାରପୁର ପୋଲିସ ଓ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *