କଳାହାଣ୍ଡିର ବୀରମାଟି ଏବେ ବିକାଶ ପଥର ଯାତ୍ରୀ

                                     ମନ ମୋହିଲା କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ର ସାସ୍କୃତିକ ସନ୍ଧ୍ୟା

ଭବାନୀପାଟଣା, ୧୫/୦୧/୨୦୨୪ (ଓଡ଼ିଶା ସମାଚାର)-କଳାହାଣ୍ଡି ବୀରମାଟି କଳା, ସଂସ୍କ୍ରୁତି, ଭାଇଚାରା ଓ ବନ୍ଧୁତା ରଜ୍ଜୁରେ ବନ୍ଧାହୋଇ ବିକାଶ ପଥରେ ଆଗେଇ ଚାଲିଛି। ଜିଲ୍ଲାରେ ପ୍ରକୃତିରାଣୀ ତାର ଅପୂର୍ବ ସମ୍ଭାର ଭରପୁର କରି ରଖିଛି। ଜିଲ୍ଲାର ପ୍ରତିଟି ଅଧିବାସୀ ଆଜି ଶିକ୍ଷିତ ଓ ସଚେତନ ହେବା ସହିତ ଅନ୍ୟକୁ ଖାଦ୍ୟ ଯୋଗାଉଛନ୍ତି, ସାହିତ୍ୟ ଓ ସଂସ୍କୃତି ଦିଗରେ ସାରା ବିଶ୍ବରେ ନିଜର ଉଲ୍ଲେଖନୀୟ ଛାପ ଛାଡ଼ିଛନ୍ତି ବୋଲି ୨୬ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ର ଦ୍ବିତୀୟ ସାନ୍ଧ୍ୟ ଅଧିବେଶନରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ, ପରିବହନ ଓ ଜଳସମ୍ପଦ ବିଭାଗର ମନ୍ତ୍ରୀ ଟୁକୁନୀ ସାହୁ, ବିଶିଷ୍ଟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧିରା ମେହେର, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ, କୋକସରା ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ, ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ, ଜୁନାଗଡ ବ୍ଲକ ଅଧ୍ୟକ୍ଷା ସବିତା ମେହେର, ଭବାନୀପାଟଣା ସଦର ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ, ମ. ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ, ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ଜୁନାଗଡ ଏନ୍‌ଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ ପ୍ରମୁଖ ମଞ୍ଚାସୀନ ଥିଲେ। କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସତ୍ୟନାରାୟଣ ମହାପାତ୍ର, ଶୁଭେନ୍ଦୁ ମହାପାତ୍ର ପରିଚାଳନା କରିଥିଲେ । ଏହାପରେ ଅନୁଷ୍ଠିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହ୍ଲାର କଳା ନିକେତନ ଦ୍ୱାରା ସୁଗମ ସଙ୍ଗୀତ ପରିବେଷଣ, ଶିଶୁ ଘୁମୁରା, ସିଟିଏମ୍ଏସ୍ ବାଗେଶ୍ବରୀ କଳାକୁଞ୍ଜ ଓ ଜୁନାଗଡ କଳାକେନ୍ଦ୍ର ଦ୍ୱାରା ଓଡିଶୀ, ନୂପୁର ଭବାନୀପାଟଣା, ଛତିଶଗଡ଼ର ପନ୍ତୀ ନୃତ୍ୟ, ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବଜାଶାଲ, ମୃଣ୍ମୟୀ, ଆସାମର ବିହୁ, ମହାରାଷ୍ଟ୍ରର ଲାବଣୀ, ସଂସ୍କୃତିର ଘୁଡକା ନାଚ, ରାୟଗଡ଼ା ଜିଲ୍ଲା ସଂସ୍କୃତି ପରିଷଦ, ପଞ୍ଜାବର ଭାଙ୍ଗଡା, ହରିୟାଣାର ଫାକ୍ ନୃତ୍ୟ, କୋରାପୁଟର ଢେମସା, ରେଣ୍ଡୋ ମାଝୀ ସାଂସ୍କୃତିକ ଅନୁଷ୍ଠାନ, କାରୁଣ୍ଡ କଳା କେନ୍ଦ୍ର, ଟିଟିଲାଗଡର ଢାପ ନୃତ୍ୟ ପ୍ରଭୃତି ପ୍ରଦର୍ଶିତ ହୋଇଥିଲା। ସେହିପରି ପାରବା ମଞ୍ଚରେ ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ, ସୋନାଲୀ ଡ୍ୟାନ୍ସ ଗ୍ରୁପ, ଏନ୍‌ଏସ୍‌ଏସ୍ ଡ୍ୟାନ୍ସ ସ୍କୁଲ, ଶାସ୍ତ୍ରୀଜୀ ମଡେଲ ସ୍କୁଲ, ଡିପିଏସ୍‌ଏସ୍ ସ୍କୁଲ, ମୟୁରୀ ଡ୍ୟାନ୍ସ ଗ୍ରୁପ, ରୋଶନୀ ଓ ସାଥୀ, ଜେକେ ଡ୍ୟାନ୍ସ ସ୍କୁଲ, ସିସିଏ ଡ୍ୟାନ୍ସ ସ୍କୁଲ, ସକ୍ଷମ ସମ୍ବଲପୁର କ୍ୱିନ, ତୁଷାର ଡ୍ୟାନ୍ସ ଗ୍ରୁପ, ଶାସ୍ତ୍ରୀ ସ୍ୱରୂପ ବିଦ୍ୟା ନିକେତନ, ପ୍ରାପ୍ତି ସିଂ ରାଜପୁତ, ସୌମ୍ୟା ସିଂ, ଇପସିତା ଖରସେଲ, ଆହାନା, ଗୁଞ୍ଜନ ମହାପାତ୍ର, ଋତିକା ବିଶ୍ୱାଳ, ଏନ୍ ମେରୀ ମାଗ୍ଧିଲିନୀ ଓ ଅଂଶିତା ଗଉଡ, ସମ୍ଭାବନା, ଆଲିସା ଆରୁଖ, ସିଦ୍ଧି ଶତପଥି, କିରଣ ଦୁର୍ଗା, ସୀମରନ ସାହୁ, ମନସୂୟା ସାହୁ, କୁଙ୍କୁମ ବାଗ, ଅଦିତି ବାଗ, ଆହାନ ହନୁମାନ ପ୍ରମୁଖ ଏକକ ନୃତ୍ୟ ପରିବେଷଣ କରିଥିଲେ। ସହିଦ ରେଣ୍ଡୋ ମାଝୀ ମଞ୍ଚରେ ସୁଧୀର ନାଏକ, ସସ୍ମିତା ସିଂହ, ପୂର୍ଣ୍ଣ ପଣ୍ଡା, ମନୋଜ ଶର୍ମା, ଲୋଚନୀ ବାଗ, ବିରଞ୍ଚି ନାରାୟଣ ମୁଣ୍ଡ, ଡିଲେଶ୍ବର ରଣା, ଏବଂ ପାରବା ମଞ୍ଚରେ ହେମନ୍ତ ସାହୁ, ସାବିତ୍ରୀ ମହାରଣା, ରାମେଶ୍ୱର ତ୍ରିପାଠୀ, ଦିପ୍ତୀମୟୀ ସିଂ, ସୁସ୍ମିତା ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସେହିପରି ସାଂସ୍କୃତିକ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଭାବରେ ସୁନାମଧନ୍ୟ କଳାକାର ରକଷ୍ଟାର ରୁକୁ ସୁନାଙ୍କ ଦ୍ୱାରା ପରିବେଷିତ ସମ୍ବଲପୁରୀ ଗୀତ, ସଙ୍ଗୀତ, ନୃତ୍ୟ ଓ ବାଦ୍ୟର ବିଚିତ୍ରା ବିଳମ୍ବିତ ରାତି ଯାଏଁ ଲକ୍ଷାଧିକ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଆଜି ଉତ୍ସବ ସ୍ଥଳ ସମେତ ଷ୍ଟଲଗୁଡିକରେ ବେଶ୍ ଭିଡ ପରିଲକ୍ଷିତ ହୋଇଥିବାବେଳେ ଲୋକେ ଖାଦ୍ୟ ଷ୍ଟଲଗୁଡିକରେ ବିଭିନ୍ନ ପ୍ରକାରର ଖାଦ୍ୟ ପସରାର ସ୍ୱାଦ ଚାଖିଥିଲେ । ଜିଲ୍ଲା ତଥା ଜିଲ୍ଲା ଓ ରାଜ୍ୟ ବାହାରର ଲକ୍ଷାଧିକ ଲୋକେ କଳାହାଣ୍ଡି ଉତ୍ସବର ଏହି କଳା, ସଂସ୍କୃତିର ମହାମିଳନକୁ ଭରପୁର ଉପଭୋଗ କରିଥିଲେ।

Leave a Reply

Your email address will not be published. Required fields are marked *