ସବୁଜ ଭାରତ ତରଫରୁ ବିଶ୍ୱ ମହିଳା ଦିବସ ପାଳିତ

ଭୁବନେଶ୍ୱର,୦୯/୦୩/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସବୁଜ ଭାରତ ତରଫରୁ ରବିବାର ଭୁବନେଶ୍ୱରସ୍ଥିତ ସତ୍ୟଭାମାଦେବୀ ମୁକବଧିର ମହାବିଦ୍ୟାଳୟ ପରିସରରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାମାଜିକ କର୍ମୀ ନିରୋଜାଲକ୍ଷ୍ମୀ ମହାପାତ୍ର, ଲେଖିକା ରାଜଲକ୍ଷ୍ମୀ ତ୍ରିପାଠୀ, ଓଡ଼ିଆ ଖବରକାଗଜ ନ୍ୟାୟବତୀର ସମ୍ପାଦିକା ଶୁଭ୍ର ମହାନ୍ତି ପ୍ରମୁଖ ଯୋଗଦାନ କରି ସାମ୍ପ୍ରତିକ ସମୟରେ ମହିଳାମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।

ସବୁଜ ଭାରତର ସଭାପତି ସତ୍ୟବ୍ରତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଥିଲେ ଯେ, ଆମ ସମାଜରେ ମହିଳାମାନଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ଯେଉଁଥିପାଇଁ ମହିଳାମାନେ ଯୁଗେ ଯୁଗେ ବନ୍ଦନୀୟ । କେବଳ ସେତିକି ନୁହେଁ, ମହିଳାମାନେ ପରିବାରର ଦାୟିତ୍ୱ ନିର୍ବାହ କରିବା ସହ ଏକ ଶୃଙ୍ଖଳିତ ସମାଜ ଗଠନରେ ମହିଳାମାନଙ୍କର ପ୍ରମୁକ ଭୂମିକା ରହିଛି । ସମୟ ଥିଲା ମହିଳାମାନେ ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ଥିଲେ ।

ମାତ୍ର ବର୍ତମାନ ସ୍ଥିତିରେ ମହିଳାମାନେ ଶିକ୍ଷାର ମହାସ୍ରୋତରେ ସାମିଲ୍ ହେବା ସହ ବିଭିନ୍ନ ପଦ ପଦବୀରେ ନିଜକୁ ନିୟୋଜିତ ହୋଇ ବିକଶିତ ଦେଶ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିଛନ୍ତି । ଏହି ଅବସରରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ମନସ୍ମିତା ମହାପାତ୍ର, ୩୬ ୱାର୍ଡ଼ର କର୍ପୋରେଟର ଅଲିଅଳି ମଲ୍ଲିକ ଏବଂ ସାମ୍ବାଦିକା ସରିତା ନାଥଙ୍କୁ ଅତିଥିମାନେ ଉତରୀୟ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମକୁ ରୀନୁଶ୍ରୀ ସାହୁ, ରୁପାଲି ସାହୁ, ଶ୍ରାବଣୀ ନାୟକ, ଦିପ୍ତୀ ଦିଗଣ ପୁହାଣ ଏବଂ ପୂର୍ଣ୍ଣିମା ନାୟକ  ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *