ଭୁବନେଶ୍ୱର,୨୫/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ହୋମିଓପ୍ୟାଥିକ ଡାକ୍ତରଙ୍କ ୨୭ତମ ଜାତୀୟ କଂଗ୍ରେସ ସମ୍ମିଳନୀ ପୁନାସ୍ଥିତ ଏମଆଇଟି ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା ।
ଏହି ସମ୍ମିଳନୀରେ ୧ ହଜାରରୁ ଅଧିକ ଡାକ୍ତର ଯୋଗଦାନ କରିଥିଲେ । ଅଭିନ୍ନଚନ୍ଦ୍ର ହୋମିଓପ୍ୟାଥିକ ଭେଜଷ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପୂର୍ବତନ ଅଧ୍ୟକ୍ଷ ତଥା ଜାତୀୟ ଉପଦେଷ୍ଟା ଆଇଆଇଏଚପିର ପ୍ରଫେଦର ଡାକ୍ତର ନିରଞ୍ଜନ ମହାନ୍ତି ଏହି ଡାକ୍ତରଙ୍କ ସମ୍ମିଳନୀରେ ଯୋଗଦେଇ ଆଣ୍ଠୁଗଣ୍ଠି ବାତର ହୋମଓପ୍ୟାଥିକ ଚିକିତ୍ସା ଉପରେ ଆଲୋଚନା କରି ବୈଜ୍ଞାନିକ ସନ୍ଦର୍ଭ (ସାଇନ୍ଟିଫିକ୍ ପେପର) ଉପସ୍ଥାପନ କରିଥିଲେ ।
ପ୍ରଫେସର ମହାନ୍ତି କହିଥିଲେ ଯେ, ହୋମିଓପ୍ୟାଥିକ ଔଷଧ ଓ ଚିକିତ୍ସା ଦ୍ୱାରା ଆଣ୍ଠୁଗଣ୍ଠି ବାତରୋଗ ଦୂର ହୋଇପାରିବ । ପ୍ରଫେସର ମହାନ୍ତି କେନ୍ଦ୍ର ସରକାରଙ୍କ ଦ୍ୱାରା ସର୍ବୋକ୍ରୃଷ୍ଟ ଶିକ୍ଷକ ପୁରସ୍କାରରେ ସମ୍ମାନିତ ହେବା ସେଙ୍ଗ ସେଙ୍ଗ ଆନ୍ତର୍ଜାତୀୟସ୍ତରରେ ବହୁତ ପୁରସ୍କାରେ ସମ୍ମାନିତ ହୋଇଛନ୍ତି ।
ସେ ଏକାଧାରରେ ୧୪ଖଣ୍ଡ ହୋମିଓପ୍ୟାଥିକ ପାଠ୍ୟପୁସ୍ତକର ଚରୟିତା ଅଟନ୍ତି । ସେ ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମିଳନୀରେ ବହୁତ ଗୁଡ଼ିଏ ଅନୁଚ୍ଛେଦ ଉପସ୍ଥାପନ କରିଛନ୍ତି ଏବଂ ତାଙ୍କର ଚିକିତସା ସମ୍ବନ୍ଧୀୟ ପତ୍ରପତି୍ରକାଗୁଡ଼ିକ ଉଚ୍ଚମାନର ହୋଇଥିବାରୁ ତାହା ସାଧାରଣରେ ବେଶ୍ ପ୍ରଶଂସିତ ହୋଇଛି । ସେ ଜଣେ ବିଶିଷ୍ଟ ହୋମିଓପ୍ୟାଥିକ ଚିକିତ୍ସକ ଅଟନ୍ତି ।
ଏବେ ସେ ଅନେକ ଗରିବ ଓ ଅସହାୟ ରୋଗୀଙ୍କୁ ବର୍ତମାନ ତାଙ୍କର ବାସଭବନ ପ୍ଲଟ ନଂ-୯୨, ଧର୍ମବିହାରସ୍ଥିତ, ଖଣ୍ଡଗିରି, ଭୁବନେଶ୍ୱରରେ ହୋମିଓପ୍ୟାଥିକ ଚିକିତ୍ସା ପ୍ରଦାନ କରିଆସୁଛନ୍ତି । ତାଙ୍କର ଚିକିତ୍ସା ରାଜ୍ୟ ତଥା ଦେଶରେ ଜାରି ରଖିଛନ୍ତି ।