ପାରାଵିଲ ର  ଧରାପୃଷ୍ଠରୁ ମେଲାଣି ନେଲେ ମା’ ଗଜଲକ୍ଷ୍ମୀ, ବିଷାଦ ନୟନରେ ଆର ବରଷକୁ ଅପେକ୍ଷା 

କଟକ ସଦର,୧୨/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଜକୁ ସାତଦିନ ହେଲା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ କଟକ ସଦର ର ଗ୍ରାମ ଉତ୍ସବମୁଖର ହୋଇ ଉଠିଥିଲା। ଆଜି ରବିବାର ସାତଦିନ ପରେ ପାରାଵିଲ ରୁ ମା ଗଜଲକ୍ଷ୍ମୀ ମେଲାଣି ନେଇଛନ୍ତି। ଆର ବରଷକୁ ଅଶୃଭିଜା ନୟନରେ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ।

ପ୍ରତ୍ୟେକ ମେଢ଼ ଶାନ୍ତି ଶୃଙ୍ଖଳାର ସହ କିଶନନଗର ପୋଲିସ ର ମାର୍ଗଦର୍ଶିକା କୁ ଅନୁପାଳନ ସହ ଶୋଭାଯାତ୍ରାରେ ସାହି ପରିକ୍ରମଣ କରି ଭସାଣି ମେଲଣ ପଡ଼ିଆରେ ଏକତ୍ରିତ ହେବା ପରେ କ୍ରମାନ୍ୱୟରେ ମାଳିକା ପ୍ରସିଦ୍ଧ ପୂଣ୍ୟତୋୟା ରତ୍ନଯୋରୀରେ ବିସର୍ଜିତ ହୋଇଥିଲେ।

ଏହି ଅବସରରେ ପୂଜା କମିଟି ପକ୍ଷରୁ କିଶନନଗର ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ଙ୍କ ସମେତ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ଗ୍ରାମ୍ୟ କମିଟି, ପୂଜା କମିଟି, ଶାନ୍ତି କମିଟି ସହ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଭସାଣି ଉତ୍ସବ ଦେଖିବାକୁ ହଜାର ହଜାର ଲୋକମାନଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ଏହି ଅବସରରେ ସାଲେପୁର ଉପଖଣ୍ଡ ପୋଲିସ ଅଧିକାରୀ ବିରଞ୍ଚିନାରାୟଣ ପତି,ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି,ଧରିଣା ସରପଂଚ ରତ୍ନାକର ରାଉତ, ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, ସାମ୍ବାଦିକ ସର୍ବେଶ୍ଵର ମିଶ୍ର, ସାମ୍ବାଦିକ ସରାଫତ ଅଲ୍ଲୀ, ସାମ୍ବାଦିକ ଦେବେନ୍ଦ୍ର ସେଠୀ ପ୍ରମୁଖ ଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଥାନା ଅଧିକାରିଣୀ ଙ୍କ ପୂର୍ବ ଘୋଷଣା ଅନୁଯାୟୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବାହୁଡା଼ ବ୍ରାହ୍ମଣ ସାହି, ଦ୍ୱିତୀୟ ଝିଅ ଅନୁଷ୍ଠାନ ବେହେରା ସାହି, ତୃତୀୟ ଗୁଡିଆସାହି କୁମ୍ଭାର ସାହି ମେଢକୁ ଟ୍ରଫି ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *