ଭୁବନେଶ୍ୱର,୨୬/୧୦/୨୦୨୫ (ଓଡ଼ିଶା ସମାଚା/ଦୀପ୍ତିରଂଜନ କାନୁନଗୋ)-ସ୍ଥାନୀୟ ୟୁନିଟ୯ ସ୍ଥିତ ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ ଆଜିର ଆହ୍ୱାନ”ଘରେ ଘରେ ଉଦ୍ୟୋଗୀ” ଶୀର୍ଷକ ଆଲୋଚନା ଚକ୍ର ସହ ମାସିକ ବୈଠକ ସଂଯୋଜକ ନିଳୟକାନ୍ତ ନାୟକ ଓ ସଭାପତି, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସଫଳ ଉଦ୍ୟୋଗୀ ରମେଶ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ଶୁଭ ସାହୁ ଉଦ୍ୟୋଗୀଙ୍କ ସମ୍ମିଳିତ ଉଦ୍ୟମ, ଉଦ୍ୟୋଗୀଙ୍କ ନିଷ୍ଠା, ଏକାଗ୍ରତା ସହିତ ଆଧୁନିକ ଜ୍ଞାନକୌଶଳକୁ ଉପଯୋଗ କଲେ ରାଷ୍ଟ୍ରର ପ୍ରଭୂତ ବିକାଶ ହେବା ସହିତ ଅଧିକରୁ ଅଧିକ ଉଦ୍ୟୋଗ ସୃଷ୍ଟି ଦିଗରେ ସହାୟକ ହେ।ଇ ପାରିବେ । ରାଜ୍ୟ ତଥା ରାଷ୍ଟ୍ର ପ୍ରଗତିରେ ଉଦ୍ୟୋଗୀଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିବା ସହିତ ଉଦ୍ୟୋଗୀ ଙ୍କ ସମ୍ମାନ, ସୁରକ୍ଷା ସମୃଦ୍ଧି ଉପରେ ମତବ୍ୟକ୍ତ କରିଥିଲେ । ଉଦ୍ୟୋଗ ଗୋଟେ ଅଭିଯାନ, ଏହି ଅଭିଯାନରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ ।
ଘରେ ଘରେ ଉଦ୍ୟୋଗୀ ସୃଷ୍ଟି ହେବା ଉପରେ ସଭାପତି ଶ୍ରୀ ଯୁକ୍ତ ମିଶ୍ର ଗୁରୁତ୍ୱ ଆରୋପ କରିଥିଲେ l ଜାଇଡେକ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଶୁଭ୍ରାଂଶୁ ପତି ଉଦ୍ୟୋଗ ସମ୍ପର୍କରେ ମତବ୍ୟକ୍ତ କରିବା ସହିତ ଗୁଣବତ୍ତା ଉପରେ ଆଲୋକପାତ କରିଥିଲେ । ବିଭିନ୍ନ ସ୍ଥାନରୁ ଉଦ୍ୟୋଗୀ ମାନେ ଆସି ନିଜନିଜ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ମନୋରଞ୍ଜନ ବାରିକ,ସୀତାଂଶୁ ଶେଖର ମହାରଣା ପରିଚାଳନା କରିବା ସହିତ ସିଇଓ ଅମୀୟ ମିଶ୍ର, ବି, ପି ସିଂ ଉଦ୍ୟୋଗୀଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
