ଭୁବନେଶ୍ୱର, ୧୨/୧୦/୨୦୨୫ (ଓଡ଼ିଶା ସମାଚାର)- ଭୁବନେଶ୍ୱର ସ୍ୱତନ୍ତ୍ର ଜିଲ୍ଲା ଅଭିଯାନରେ ଆଜି କେଦାରନାଥ ଗବେଷଣା ପ୍ରତିଷ୍ଠାନ ଠାରେ ସାହିତ୍ୟକ, ଲେଖକ, କବି ଓ ମୁରବୀଙ୍କ ଦସ୍ତଖତ ସଂଗ୍ରହ କରାଯାଇଥିଲା । ଭୁବନେଶ୍ୱର ଜିଲ୍ଲା ଅଭିଯାନ ମୁଖ୍ୟ ଲିଙ୍ଗରାଜ ସାହୁଙ୍କ ସଂଯୋଜନାରେ ଏଥିରେ ଅଭିଯାନର ମୁଖ୍ୟ ଉପଦେଷ୍ଟା ତଥା ପ୍ରଥମ ଖୋର୍ଦ୍ଧା ଜିଲ୍ଲାପାଳ ତଥା କେଦାରନାଥ ଗବେଷଣା ପ୍ରତିଷ୍ଠାନର ସଭାପତି ରଘୁନାଥ ମିଶ୍ର ଯୋଗଦେଇ କହିଥିଲେ ଯେ, ଭୁବନେଶ୍ୱରକୁ ଜିଲ୍ଲା କରିବାରେ ସବୁ ସୁବିଧା ରହିଛି । ଲୋକ ସଂଖ୍ୟା ଓ ରାଜଧାନୀ ଦୃଷ୍ଟିରୁ ଏହା ଶିଘ୍ର ହେବା ଆବଶ୍ୟକ ।
ଏଥିରେ ବିଶିଷ୍ଠ କବି ତନୟା ଦାସ ଗୋସ୍ୱାମୀ, ସାହିତ୍ୟକ ଡ଼ ଦେବାଶିଷ ମହାପାତ୍ର, ପ୍ରଫେସର ଶରତ ରଥ, ଡ଼ ବିବେକାନନ୍ଦ ପାଣିଗ୍ରାହୀ, ନିର୍ମଳ କୁମାର ମହାପାତ୍ର, ମନ୍ମଥ ଶତପଥି, ହାଇକୋର୍ଟ ଆଇନଜୀବୀ ସରୋଜ କୁମାର ସାହୁ, ଡ଼ ଅରୁଣ କୁମାର ନାୟକ ସମେତ ବହୁ ବରିଷ୍ଠ ବିଦ୍ୱାନ କବି, ଲେଖକ ଓ ବରିଷ୍ଠ ନାଗରିକମାନେ ସାମିଲ ହୋଇଥିଲେ । ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ଜିଲ୍ଲା ହେବା ଯଥାର୍ଥ ବୋଲି ମୁରବୀମାନେ ମତ ଦେଇଛନ୍ତି ।
ନିକଟରେ ଜୟଦେବ ନିର୍ବାଚନ ମଣ୍ଡଳି, ଏକାମ୍ର ନିର୍ବାଚନ ମଣ୍ଡଳି, ଭୁବନେଶ୍ୱର ମଧ୍ୟ ଓ ଭୁବନେଶ୍ୱର ଉତର ନିର୍ବାଚନ ମଣ୍ଡଳିର ବିଭିନ୍ନ ପୂଜା କମିଟି ସଦସ୍ୟ ଓ ମୁରବୀ ସାମିଲ ହୋଇ ଦସ୍ତଖତ କରିବା ସହ ଏହି ଅଭିଯାନରେ ସାମିଲ ହୋଇଥିଲେ । ଭୁବନେଶ୍ୱରକୁ ଜିଲ୍ଲା ପାଇଁ ଅଭିଯାନରେ ବିଭିନ୍ନ ଅନୁଷ୍ଠାନ ମାନଙ୍କ ସମଷ୍ଟିର ସ୍ୱର ‘ମିଳିତ ମହାମଂଚ’ ପକ୍ଷରୁ ଭୁବନେଶ୍ୱର ଉପକଣ୍ଠର ଗ୍ରାମବାସୀ, ବାଲିପାଟଣା, ବାଲିଅନ୍ତା, ନଖରା, ବିଭନ୍ନ ବାଲିଯାତ୍ରା, ଭୁବେନେଶ୍ୱର କୋର୍ଟ ସମେତ ଦୁଇ ବର୍ଷହେଲା ଭୁବନେଶ୍ୱର ବିଭିନ୍ନ ପୂଜା କମିଟି ମୁରବୀଙ୍କ ସ୍ୱାକ୍ଷର ସଂଗ୍ରହ ଚାଲୁ ରହିଛି । ନିକଟରେ ସରକାରଙ୍କ ନିକଟରେ ଉପସ୍ଥାପନା କରାଯିବ ବୋଲି ନିଷ୍ପତି ହୋଇଛି ।
