ଗରଦପୁର,୧୨/୧୦/୨୦୨୫(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତ ର ବସନ୍ତପୁର ଗ୍ରାମର ଅମିତା ମହାନ୍ତି ଙ୍କର ୭୪ବର୍ଷ ବୟସରେ ପରଲୋକ ଘଟିଛି । ସେ ଜଣେ ସଂସ୍କୃତି ସଂପନ୍ନ ଧର୍ମପରାୟଣ ମହିଳା ଥିଲେ । ଗାଁ ମାଟିକୁ ଭଲପାଉଥିବା ଜଣେ ନିଆରା ମଣିଷ । ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।
ପାଟକୁରା ବିଧାୟକ ଶ୍ରୀ ଅରବିନ୍ଦ ମହାପାତ୍ର, ଗରଦପୁର ବ୍ଲକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ, ମାର୍ଶାଘାଇ ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ନବଘନ ନାୟକ,ବସନ୍ତପୁର ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ର ପରିଚାଳନା ଟ୍ରଷ୍ଟି ଡ. ରୁଦ୍ର ମହାନ୍ତି, ତେଣ୍ଡାକୁଡା ସରପଞ୍ଚ ମାନସ କୁମାର ରାଉତ,ପୂର୍ବତନ ସରପଞ୍ଚ ଶ୍ରୀ ରବିନ୍ଦ୍ର ମହାପାତ୍ର, ବରିଷ୍ଠ ସାମ୍ବାଦିକ ଦୀପ୍ତି ରଞ୍ଜନ କାନୁନଗୋ ଙ୍କ ସମେତ ଅନେକ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜ୍ୟେଷ୍ଟ ପୁତ୍ର ଆଶିଷ ମହାନ୍ତି ମୁଖାଗ୍ନି ଦେଇ ଥିଲେ ।
