ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ନେଇ ନିବେଶକ ସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା,୧୨/୧୦/୨୦୨୫(ଓଡ଼ିଶା ସମାଚାର)-ଇଚ୍ଛାପୁର ଗ୍ରାମରେ ରାଇଡ ପକ୍ଷରୁ ଅଭ୍ୟୁଥାନ ଫାଇନାନ୍ସସିୟାଲ ଚାରିଟେବୁଲ ଟ୍ରଷ୍ଟ ଭୁବନେଶ୍ୱର ଆନୁକୂଲ୍ୟରେ ନିବେଶ(ଇନଭେଷ୍ଟର) ଉପରେ ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ସଚେତନତା କରାଯାଇଛି । ଏହି ଚାରିଟେବୁଲ ଟ୍ରଷ୍ଟ ସେବୀ (ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ) ଅଧିନରେ କାର୍ଯ୍ୟ କରୁଅଛି । ଜିଲାପାଳ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସଚେତନତା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଜିଲାପାଳ ଶ୍ରୀ ଆୟର ଅଂଶଗ୍ରହଣକାରୀମାନଙ୍କୁ ସରକାରଙ୍କ ଦ୍ୱାରା ଅନୁମୋଦିତ ଯୋଜନାରେ ସେମାନଙ୍କ ପାଣ୍ଠି ବିନଯୋଗ କରିବା ସହିତ ସମୟ ସମୟରେ ସରକାର ପ୍ରଦାନ କରୁଥିବା ସୁବିଧା ସୁଯୋଗର ଲାଭ ଉଠାଇବାକୁ ପରାମର୍ଶ ଦେଇଥିଲେ । କୌଣସି ଠକ ସଂସ୍ଥା ଦ୍ୱାରା ଦିଆଯାଉଥିବା ମିଥ୍ୟା ପ୍ରଲୋଭନ ଏବଂ ସାଇବର ଅପରାଧରୁ ଦୁରେଇ ରହିବାକୁ ଜିଲାପାଳ କହିଥିଲେ ।

ଏହି ସଚେତନତା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଭ୍ୟୁଥାନ ଫାଇନାନ୍ସସିୟାଲ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କର ସିଜିଏମ ଦାସରଥି ମିଶ୍ର, ସେବୀର ଆସିଷ୍ଟାନ୍ଟ ଜେନେରାଲ ମ୍ୟାନେଜର ପ୍ରଶାନ୍ତ କୁମାର ମିଶ୍ର, ଉଚ୍ଚ ଶିକ୍ଷା ବିଭାଗର ଅବସରପ୍ରାପ୍ତ ସ୍ୱତନ୍ତ୍ର ସଚିବ ଲକ୍ଷ୍ମୀଧର ମହାନ୍ତି, ଇଣ୍ଡିଆନ ବ୍ୟାଙ୍କର ଅବସରପ୍ରାପ୍ତ ମୁଖ୍ୟ ପରିଚାଳକ କ୍ଷୀରୋଦ ଚନ୍ଦ୍ର ପାତ୍ର ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅବସରପ୍ରାପ୍ତ ମ୍ୟାନେଜର ପ୍ରମୋଦ କୁମାର ସ୍ୱାଇଁ, ରାଇଡର ସମ୍ପାଦକ କିଶୋର କୁମାର ସାହୁ ପ୍ରମୁଖ ଉପସ୍ଥିତ ଅଂଶଗ୍ରହଣକାରୀମାନଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା, ଅର୍ଥନୈତିକ ସଚେତନତା ଓ ସାଇବର ଅପରାଧ ସମ୍ପର୍କରେ ବୁଝାଇଥିଲେ ।

Leave a Reply

Your email address will not be published. Required fields are marked *