“ବନ୍ଦେ ଉତ୍କଳ ଜନନୀ” ଗାନ କଲେ ।

ଯାଜପୁର, ୦୫/୦୨/୨୦୨୪ (ଓଡ଼ିଶା ସମାଚାର)- ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଉଦ୍ଘାଟନ ଅବସରରେ ବିରଜା ମହିଳା ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀ ଓ କର୍ମଚାରୀମାନେ ଓଡିଶା ରାଜ୍ୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରି ବରପୁତ୍ର ମାନଙ୍କ ପଂଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଓଡିଆ ଭାଷା ସମ୍ମିଳନୀର ଗୌରବ ବୃଦ୍ଧି କରିଛନ୍ତି । ଭାଷା ଭିତିକ ରାଜ୍ୟ ଓଡିଆର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଓଡିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଆଲୋଚନା ଚକ୍ରର ମୁଖ୍ୟ ଅତିଥି ଭାବେ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଏବଂ ମୁଖ୍ୟ ବକ୍ତା ଡକ୍ଟର ଦେବ ପ୍ରସାଦ ସାମଲଙ୍କ ଉପସ୍ଥିତିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସୁକାନ୍ତିଲତା ସାହୁ ସଭାପତିତ୍ୱ କରିଥିଲେ । ଅତିଥି ମହୋଦୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଅଧିକ ଋଦ୍ଧିମନ୍ତ କରିବା ପାଇଁ ପ୍ରେରଣା ଦେଇଥିଲେ । ଦାରୁବ୍ରହ୍ମ ଜଗନ୍ନାଥ କେବଳ ଓଡିଶାବାସୀ ଙ୍କର ଦେବତା ନୁହଁନ୍ତି ବରଂ ସମଗ୍ର ବିଶ୍ୱର ଦେବତା ବୋଲି ବକ୍ତବ୍ୟ ରଖିଥିଲେ । ଅଧ୍ୟାପିକା କନକ ମଂଜରୀ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ମହାବିଦ୍ୟାଳୟରେ ଅନୁଷ୍ଠିତ ଓଡିଆ ଭାଷା ସାହିତ୍ୟ ପ୍ରତିଯୋଗିତାରେ କୃତି ଛାତ୍ରୀମାନେ ଅତିଥିଙ୍କ ଠାରୁ ମାନପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ବୃନ୍ଦ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ । ଶେଷରେ ଓଡିଆ ବିଭାଗର ଅଧ୍ୟାପିକା ଅମ୍ୱିକା କର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *