ସାଲେପୁର ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

 ସାଲେପୁର,୧୨/୧୦/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା )-ବିଜୁ ଜନତା ଦଳ ପକ୍ଷରୁ କଟକ ଜିଲ୍ଲା ସାଲେପୁର ନିର୍ବାଚନ ମଣ୍ଡଳୀ ର ନଈଗୁଆଁ ଓ ଶିଶୁଆ ପଂଚାୟତ ରେ ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ରେ ସାଲେପୁର ର ବିଧାୟକ ପ୍ରଶାନ୍ତ ବେହେରା ମୁଖ୍ୟ ପୁରଧା ଭାବେ ଯୋଗ ଦେଇଥିଲେ । ପ୍ରଥମେ ଶିଶୁଆ ପଂଚାୟତ ର ଶିଶୁଆ, କଲ୍ୟାଣ ପୁର, ପୁରୁଷୋତ୍ତମପୁର ପ୍ରଭୁତି ଗ୍ରାମରେ ପଦଯାତ୍ରା କରି ଲୋକ ମାନଙ୍କ ର ବିଭିନ୍ନ ସମସ୍ୟା ବୁଝିଥିଲେ ।

ପରେ ନଈଗୁଆଁ ଗ୍ରାମ ପଂଚାୟତ ର ନଈଗୁଆଁ, ବଲ୍ଲଭପୁର, ବାଲିଆ, କରିମାବାଦ ଆଦି ଗ୍ରାମରେ ପଦଯାତ୍ରା କରି ଜନସାଧାରଣ ଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ତାର ପ୍ରତିକାର ଦିଗରେ ଜନତା ଓ ପ୍ରଶାସନ ସହିତ କଥା ହୋଇ ସମାଧାନ ଦିଗରେ ବିଧାୟକ ପ୍ରତିଶୃତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇ, ଦିଲ୍ଲୀପ ଦାଶ, ଚିତ୍ତରଞ୍ଜନ ମହାନ୍ତି, ପ୍ରତିମା ସାହୁ, ମାନସ ଦାଶ, ମନମୋହନ ନନ୍ଦ, ଗଣେଶ୍ୱର ସାହୁ,ମନୋଜ ମହାନ୍ତି, ଅକ୍ଷୟ ସେଠୀ, ନୃସିଂହ ସାହୁ, ବଂଶୀଧର ସେଠୀଙ୍କ ସମେତ ବହୁ ମହିଳା ଯୁବକ ଏହି ପଦଯାତ୍ରା ରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *