ଯାଜପୁରରୋଡ ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ସ୍ମାରକପତ୍ର ପ୍ରଦାନ

ଯାଜପୁର, ୨୭/୦୫/୨୦୨୪ (ଓଡ଼ିଶା ସମାଚାର)- ଯାଜପୁରରୋଡ –ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଯାଜପୁର, କୋରେଇ, ବିଂଝାରପୁର ର ଉଭୟ ଲୋକସଭା ଓ ବିଧାନସଭା ପାଇଁ ପ୍ରତିଦ୍ୱିନ୍ଦିତା କରୁଥିବା ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କୁ ରେଳବାଇ ବୋର୍ଡ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାର ସର୍ଭେ ତଥା ଡିପିଆର ଅନୁଯାୟୀ ଏହାର ମଂଜୁରୀ ତଥା ଆସନ୍ତା ପୂର୍ଣ୍ଣାଂଗ ବଜେଟ ସମୟରେ ଆବଶ୍ୟକ ବ୍ୟୟବରାଦ କରାଯାଇ କାର୍ଯ୍ୟକ୍ରମକୁ ଚୁଡାନ୍ତ ରୂପରେଖ ଦେବାପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅବଗତ କରାଯାଇଥିଲା। ଏହି ପ୍ରତିନିଧି ଦଳରେ ସଂଗ୍ରାମ ସମିତିର ଯୁଗ୍ମ ଆବାହକ ପ୍ରପୁଂଲ୍ଲ ନାୟକ ଓ ମଳୟ କୁମାର ପଣ୍ଡା,କୋଷାଧ୍ୟକ୍ଷ ଦେବବ୍ରତ ମହାନ୍ତି,ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ସୁରେନ୍ଦ୍ର କୁମାର ରାୟ,ଦେବେନ୍ଦ୍ର କୁମାର ପଣ୍ଡା,ସତ୍ୟପ୍ରକାଶ ବେହୁରିଆ,ଡଃ ନିର୍ମଳ ରଥ,ଗଶେଷ ସାହୁ ପ୍ରମୁଖ ବିଂଝାରପୁର ପ୍ରାର୍ଥୀନୀ ବାଚସ୍ପତି ପ୍ରମିଳା ମଲ୍ଲିକ,ବବିତା ମଲ୍ଲିକ, କନକଲତା ମଲ୍ଲିକ, ଲୋକସଭା ପ୍ରାର୍ଥୀ ଡଃ ରବିନ୍ଦ୍ର ନାରାୟଣ ବେହେରା,ଅଂଚଳ ଦାସ,କୋରେଇ ପ୍ରାର୍ଥୀନୀ ସଂଧ୍ୟାରାଣୀ ଦାସ,ଯାଜପୁର ପ୍ରାର୍ଥୀନୀ ସୁଜାତା ସାହୁ,ସୁଦିପ କୁମାର କର ପ୍ରମୁଖ ଭେଟି ସ୍ମାରକପତ୍ର ଦେବା ସହିତ ବର୍ତମାନର ସ୍ଥିତି ସପଂର୍କରେ ଅବଗତ କରିଥିଲେ। ସମସ୍ତ ପ୍ରାର୍ଥୀ ଓ ପ୍ରାର୍ଥୀନୀମାନେ ନିର୍ବାଚନ ପରେ ଉଚିତ ପଦକ୍ଷେପ ନେବେବୋଲି ପ୍ରତିଶୃତି ଦେଇଥିଲେ ।

Leave a Reply

Your email address will not be published. Required fields are marked *