ନିରାକାରପୁର, ୧୫/୦୧/୨୦୨୪ (ଓଡ଼ିଶା ସମାଚାର)-ସ୍ଥାନୀୟ ଗୋଡିପଡା ପଞ୍ଚାୟତ ସ୍ଥିତ ମୋଟା ଖେଳ ପଡିଆରେ ଚାଲିଥିବା ମୋଟା ପ୍ରିମିୟର ଲିଗ ସିଜିନ ୦୨ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚଟି ମା’ଭଗବତୀ ଲାୟନ୍ସ ବନାମ ଖିଲ୍ଲାମୁଣ୍ଡା ୱାରିୟର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିତି ଖିଲ୍ଲାମୁଣ୍ଡା ୱାରୀୟର୍ସ ଦଳ ବ୍ୟାଟିଂର ନିଷ୍ପତିନେଇ ନିର୍ଦ୍ଧାରିତ ୧୨ ଓଭରରେ ସମସ୍ତ ଉଇକେଟ ହରାଇ ୧୦୫ରନ ସଂଗ୍ରହ କରିଥିଲା । ଏହାର ଜବାବରେ ମା’ ଭଗବତୀ ଲାୟନ୍ସ ଦଳ ୧୧.୦୫ ଓଭରରେ ସମସ୍ତ ଉଇକେଟ ହରାଇ ୯୫ ରନ ସଂଗ୍ରହ କରିଥିଲା । ଚଳିତବର୍ଷର ବିଜେତା ଖିଲ୍ଲାମୁଣ୍ଡା ୱାରୀୟର୍ସ ହୋଇପାରିଥିଲା । ବିକାଶ ପଟ୍ଟନାୟକ ଓ ବିନାୟକ ପଟ୍ଟନାୟକ ଖେଳ ପରିଚାଳନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ଯୋଗଦେଇ ଖେଳ ଦ୍ୱାରା ଭାଇଚାରା ଭାବ ସୃଷ୍ଟି ହେବା ସହ ଶରୀର ସୁସ୍ଥ ରହିଥାଏ ବୋଲି ଖେଳାଳୀ ମାନଙ୍କୁ ଉପଦେଶ ଦେବା ସହ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଉଭୟ ବିଜେତା ଓ ଉପବିଜେତା ଦଳକୁ ଅନୁଷ୍ଠାନ ପକ୍ଷରୁ ଟ୍ରଫିସହ ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ । ସହଯୋଗ କରିଥିଲେ ଯୀଶୁ, ଉମେଶ, ଚିକୁନୁ, ପିଙ୍କୁ, ମିଟୁ, ଲାଲା,ଦୀପକ, ଅଖୁ, ସନ୍ତୁ, ଦୀପକ କେଶବ, ରଞ୍ଜନ, ରଘୁ, ମାନିଆ, ପିଣ୍ଟୁ ଟିକି ଏବଂ ଫକୁ ପ୍ରମୁଖ ଉପସ୍ଥିତ ଥିଲେ । ମ୍ୟାନ ଅଫଦି ମ୍ୟାଚ ପାଇଥିଲେ ସୁଧାଂଶୁ ରାଉତରାୟ ଏବଂ ମ୍ୟାନ ଅଫଦି ସିରିଜ ଉମେଶ ରାୟ ।
ମୋଟା ପ୍ରିମିୟର ଲିଗ ସିଜିନ ୦୨ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ : ଖିଲ୍ଲାମୁଣ୍ଡା ୱାରିୟର୍ସ ବିଜେତା
