ଅକ୍ଷୟଙ୍କୁ ଜିବନ ବ୍ୟାପି କ୍ରୀଡ଼ାବିତ ପୁରସ୍କାର

ନିମାପଡ଼ା,୧୩/୦୧/୨୦୨୬ (ଓଡ଼ିଶା ସମାଚାର)-ଆଥ୍‌ଲେଟିକ୍ ଆସୋସିଏସନ୍ ଦ୍ବାରା ନିମାପଡ଼ା ବାରବାଟୀ ପଡ଼ିଆରେ ଅନୁଷ୍ଠିତ ୨ୟ ତାପସ ମେମୋରିଆଲ୍ ୩୦ତମ ନିମାପଡ଼ା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ କାର୍ଯ୍ୟକ୍ରମରେ କ୍ରୀଡାବିତ୍ ଅକ୍ଷୟ ବେହେରାଙ୍କୁ ଜିବନ ବ୍ୟାପି ପୁରସ୍କାର ପ୍ରଦାନ କରାଯାଇଛି। ସୁଚନା ମୁତାବକ ଗତ ୧୧ ତାରିଖ ଦିନ ଫାଇନାଲ ମ୍ୟାଚରେ ଉକ୍ତ କାର୍ଯ୍ୟକ୍ରମରେ ନିମାପଡ଼ା ତାପସ ମେମୋରିଆଲ୍ ନିମାପଡ଼ା କପ କ୍ରୀକେଟର ସଭାପତି ଅକ୍ଷୟ କୁମାର ବେହେରାଙ୍କର କ୍ରୀଡା ଜଗତରେ ବେଶ୍ ସୁନାମ ଅର୍ଜନ କରିଥିବା ବେଳେ ଏବଂ ଦିର୍ଘ ୩୦ ବର୍ଷ ଧରି   ରାଜ୍ୟସ୍ତରୀୟ ନିମାପଡ଼ା କପ୍ କ୍ରିକେଟ ଓ ଦ୍ୱିତୀୟ ତାପସ ମେମୋରିଆଲ୍ ନିମାପଡ଼ା କପ କ୍ରୀକେଟର ଦାୟିତ୍ଵ ନେଇ ଉଚ୍ଚ କୋଟୀର ଖେଳ କରୁଛନ୍ତି।

ଏହି ଅବସରରେ ପୁର୍ଣ୍ଣେଶ୍ବରି କ୍ରିକେଟ କ୍ଲବ୍ ପକ୍ଷରୁ ଅତିଥି ଭାବେ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ଅଭିନେତ୍ରୀ ଅନୁରାଧା ପ୍ରାଣିଗ୍ରାହି ଓ ବିଜେପି ରାଜ୍ୟ ମୁଖପାତ୍ର ତଥା ପୁର୍ବତନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସମାଜସେବୀ ପାର୍ଥ ସାରଥୀ ଛୋଟରାୟ, ସ୍ଵର୍ଣକାର ସଂଘ ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ ଏବଂ ଆଥଲେଟିକ ଆସୋସିଏସନ ର ସମ୍ପାଦକ ଜିବନାନନ୍ଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଅକ୍ଷୟଙ୍କୁ ଜିବନ ବ୍ୟାପି କ୍ରିକେଟ ସାଧନା ପାଇଁ ମାନପତ୍ର ଓ ଉପଢ଼ୌକନ ସହ ସନ୍ନମାନିତ କରାଯାଇଥିଲା।

 

Leave a Reply

Your email address will not be published. Required fields are marked *