ମହାବୀର କ୍ରିକେଟ କ୍ଲବ ପ୍ରିମିୟର ଲିଗ ହରିପୁର ଫାଇନାଲ ମ୍ୟାଚ : ମହମୋଦ ସ୍ପୋର୍ଟ୍ସ ବାଲୁଗାଁ ଚାମ୍ପିଆନ

ନିରାକାରପୁର, ୧୫/୦୧/୨୦୨୪ (ଓଡ଼ିଶା ସମାଚାର)- ସ୍ଥାନୀୟ ହରିପୁର ପଞ୍ଚାୟତ ଖେଳ ପଡିଆରେ ଚାଲିଥିବା ମହାବୀର କ୍ରିକେଟ କ୍ଲବ ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟର  ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ  ହୋଇଯାଇଛି । ଏହି ମ୍ୟାଚଟି ମହମୋଦ ସ୍ପୋର୍ଟ୍ସ ବାଲୁଗାଁ  ବନାମ ମହାବୀର କ୍ରିକେଟ କ୍ଲବ ହରିପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିତି ମହମୋଦ ସ୍ପୋର୍ଟ୍ସ ବାଲୁଗାଁ ଦଳ ବ୍ୟାଟିଂର ନିଷ୍ପତିନେଇ ନିର୍ଦ୍ଧାରିତ ୧୨ ଓଭରରେ ୦୭ ଉଇକେଟ ହରାଇ ୧୩୫ ରନ ସଂଗ୍ରହ କରିଥିଲା  । ଏହାର ଜବାବରେ ମହାବୀର କ୍ରିକେଟ କ୍ଲବ ହରିପୁର ଦଳ ୧୦.୪ ଓଭରରେ ସମସ୍ତ ଉଇକେଟ ହରାଇ ପରାସ୍ତ ହୋଇଥିଲା ।  ମହମୋଦ ସ୍ପୋର୍ଟ୍ସ ବାଲୁଗାଁ ଚଳିତବର୍ଷର ବିଜେତା ହୋଇପାରିଥିଲା । ପ୍ରକାଶ ପ୍ରଧାନ ଓ ବଳଭଦ୍ର ସାହୁ ଖେଳ ପରିଚାଳନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ଯୋଗଦେଇ ଖେଳ ଦ୍ୱାରା ଭାଇଚାରା ଭାବ ସୃଷ୍ଟି ହେବା ସହ ଶରୀର ସୁସ୍ଥ ରହିଥାଏ ବୋଲି ଖେଳାଳୀ ମାନଙ୍କୁ ଉପଦେଶ ଦେବା ସହ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ  ।  ଉଭୟ ବିଜେତା ଓ ଉପବିଜେତା ଦଳକୁ ଅନୁଷ୍ଠାନ ପକ୍ଷରୁ ଟ୍ରଫିସହ ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ । ମଞ୍ଚାସିନ ଥିଲେ ସରପଞ୍ଚ ରଘୁ ମାଝୀ, ଗୀତାଞ୍ଜଳି ପଟ୍ଟାସାଣି,ସହଯୋଗ କରିଥିଲେ ଉମାକାନ୍ତ ଶତପଥୀ, ଓମପ୍ରକାଶ ବେହେରା, ସୋମନାଥ ବେହେରା, ସୌମ୍ୟରଞ୍ଜନ ପ୍ରଧାନ ଏବଂ ଅନିଲ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ମ୍ୟାନ ଅଫଦି ମ୍ୟାଚ ପାଇଥିଲେ ସଜିଦ ବାଏ ଏମ ଡି ସ୍ପୋର୍ଟ୍ସ ଏବଂ ମ୍ୟାନ ଅଫଦି ସିରିଜ ଅବିଦ ।

Leave a Reply

Your email address will not be published. Required fields are marked *