୨ମହିଳାଙ୍କ ସମେତ ୫ଗିରଫ
କେନ୍ଦ୍ରାପଡ଼ା,୦୯/୧୦/୨୦୨୫(ଓଡ଼ିଶା ସମାଚାର)- ଜିଲାପାଳଙ୍କ ନିର୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ କେନ୍ଦ୍ରାପଡା ଟାଉନ, ମାର୍ଶାଘାଇ, ରାଜକନିକା ଓ ରାଜନଗର ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଚୋରାମଦ ଜବତ କରାଯାଇଛି ।
ଗଜରାଜପୁର ଗ୍ରାମର ଜଳଧର ମଳିକ(୩୨)ଙ୍କ ଠାରୁ ୧୭ ଲିଟର ବିଦେଶୀ ମଦ, ଧଣ୍ଡିଆ ଗ୍ରାମର ସୌମ୍ୟରଞ୍ଜନ ପାତ୍ର(୩୪)ଙ୍କ ଠାରୁ ୧୩ ଲିଟର ବିଦେଶୀ ମଦ, କଜଳା ଗ୍ରାମର ସୁକାନ୍ତି ଦାସ(୭୫)ଙ୍କ ଠାରୁ ୧୯ ଲିଟର ଦେଶୀ ମଦ, ଅଙ୍ଗୁଳାଇ ଗ୍ରାମର ଶରତ ବାରିକ(୫୬)ଙ୍କ ଠାରୁ ୧୨ ଲିଟର ଦେଶୀ ମଦ, ବଡହାଟ ଗ୍ରାମର କୁମୁଦିନି ମହାରଣା(୭୦)ଙ୍କ ଠାରୁ ୨୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇ ୨ ମହିଳା ସମେତ ୫ ଜଣ ଚୋରାମଦ ବେପାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ସହ ସମୁଦାୟ ୮୧ ଲିଟର ଦେଶୀ, ବିଦେଶୀ ଓ ଦେଶୀ ରନ୍ଧା ମଦ ଜବତ କରାଯାଇଛି ।
ଆଗାମୀ ଦିନରେ ଏହି ଚଢ଼ାଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ଅଧିକ୍ଷକ ବିପ୍ରଚରଣ ମଣ୍ଡଳ କହିଛନ୍ତି । ଏହି ଚଢ଼ାଉରେ ଅବକାରୀ ଉପ ନିରିକ୍ଷକ ଧର୍ମପଦ ଦାସ, ଛାୟାକନ୍ତ ନାୟକ, ନରେଶ କୁମାର ପଣ୍ଡାଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।
