ଭୁବନେଶ୍ୱର,୦୭/୧୦/୨୦୨୫ (ଓଡ଼ିଶା ସମାଚାର)- ବୁଧବାର ରାଜ୍ୟ ବ୍ୟାପି ଓକିଲ କଲମ ଛାଡ ଆନ୍ଦୋଳନ କରିବେ। ରାଜ୍ୟ ବାର କାଉନସିଲର ସଦସ୍ୟ ପୀତବାସ ପଣ୍ଡାଙ୍କ ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ଏବଂ ତୁରନ୍ତ ଦୋଷୀଙ୍କୁ ଗିରଫ କରିବା ସହ ନ୍ୟାୟିକ ତଦନ୍ତ ପାଇଁ ରାଜ୍ୟ ବାର୍ କାଉନସିଲ ଦାବି କରିଛି।
ସୋମବାର ରାତିରେ ରାଜ୍ୟ ବାର କାଉନସିଲର ସଦସ୍ୟ ପୀତବାସ ପଣ୍ଡାଙ୍କୁ ଦୁଇଜଣ ଅଜଣା ଯୁବକ ନିଜ ଘର ସମ୍ମୁଖରେ ଗୁଳିକରି ହତ୍ୟା କରିଛନ୍ତି। ତାହାର ପ୍ରତିବାଦରେ ବୁଧବାର ରାଜ୍ୟ ବ୍ୟାପି ଆଇନଜୀବୀ ପେନ ଡାଉନ ଆନ୍ଦୋଳନ କରିବେ ବୋଲି ରାଜ୍ୟ ଆଇନଜୀବୀ ପରିଷଦ (ରାଜ୍ୟ ବାର କାଉନସିଲ) ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ସୂଚନା ଦେଇଛନ୍ତି।
