ବାଲେଶ୍ୱର, ୦୭/୧୦/୨୦୨୫ (ଓଡ଼ିଶା ସମାଚାର)- ବାଲେଶ୍ଵରରେ ରାତ୍ରକାଳୀନ କର୍ଫ୍ୟୁ ଖବର ମିଛ। ଏ ନେଇ ସାମାଜିକ ଗଣ ମାଧ୍ୟମ ଏକ୍ସ ଜରିଆରେ ବାଲେଶ୍ଵର ଏସପି ସୂଚନା ଦେଇଛନ୍ତି । କିଛି ଗଣମାଧ୍ୟମରେ ରାତ୍ରକାଳୀନ କର୍ଫ୍ୟୁ ଜାରି କରାଯାଇଥିବା ଖବର ପ୍ରକାଶିତ ହୋଇଛି। ହେଲେ ଏଭଳି କିଛି ଜାରି କରାଯାଇନାହିଁ । କେବଳ ବିଳମ୍ବିତ ରାତିରେ ଦୋକାନ ଖୋଲା ନ ରଖିବାକୁ ନିର୍ଦେଶ ରହିଛି।
https://x.com/SPBalasore/status/1975442782627262820

