ଗଜଲକ୍ଷ୍ମୀ ପୂଜା ପାଇଁ ପାରାଵିଲ୍ ଗ୍ରାମ ଉତ୍ସବ ମୁଖର 

କଟକ ସଦର, ୦୬/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପାରାଵିଲ ଗ୍ରାମର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆଜି ସୋମବାର ଠାରୁ ଆଧ୍ୟାତ୍ମିକ ପରିବେଶ ଓ ମହାସମାରୋହରେ ଅନୁଷ୍ଠିତ ହୋଇଛି। ପ୍ରତିକୂଳ ପାଗ ସତ୍ୱେ ପୂଜା ମଣ୍ଡପ ମାନଙ୍କରେ ମା’ ଙ୍କ ଚକ୍ଷୁ ଦାନ କରାଯାଇ ଯଥାବିଧି ପୂଜା କାର୍ଯ୍ୟକ୍ରମ କରାଯାଇଥିବା ଜଣାପଡିଛି।

ଏଥିପାଇଁ ପାରାଵିଲ ଗ୍ରାମ ଆଠଦିନ ପାଇଁ ଉତ୍ସବମୁଖର ହୋଇପଡିଛି। ଆସନ୍ତା ୧୨ ତାରିଖ ରବିବାର ଦିନ ଶାନ୍ତି ଶୃଙ୍ଖଳାର ସହ ବିଜେ ମୁକ୍ତ ରୋଷଣୀ ନିଶାମୁକ୍ତ ଭସାଣି ଶୋଭାଯାତ୍ରା କରାଯାଇ ମେଲଣ ପଡ଼ିଆରେ ଏକତ୍ରିତ ହେବା ପରେ ମା’ ଙ୍କୁ ମାଳିକା ପ୍ରସିଦ୍ଧ ପୂଣ୍ୟତୋୟା ରତ୍ନଯୋରୀରେ ବିସର୍ଜନ କରାଯିବ ବୋଲି ଆୟୋଜକ ମାନଙ୍କ ପକ୍ଷରୁ ଜଣାପଡିଛି। ଏଥିପାଇଁ ଗଜଲକ୍ଷ୍ମୀ ପୂଜା କମିଟି, ଧଵଳେଶ୍ୱରୀ ଗ୍ରାମ କମିଟି ସହିତ କିଶନନଗର ଥାନା ପକ୍ଷରୁ ବ୍ୟାପକ ଵ୍ୟଵ୍ୟସ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *