ଭୁବନେଶ୍ୱର, ୨୩/୦୨/୨୦୨୪ (ଓଡ଼ିଶା ସମାଚାର)- ବଢ଼ିଲା ବିଏମସି କର୍ପୋରେଟରଙ୍କ ମିଟିଙ୍ଗ ଭତା । ବିଏମସି କର୍ପୋରେଟରଙ୍କ ମିଟିଂ ଭତା ବୃଦ୍ଧି ହୋଇଛି । କର୍ପୋରେଟରଙ୍କ ଭତା ୭୦୦ରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ପ୍ରତି କର୍ପୋରେସନ ମିଟିଂ ପିଛା କର୍ପୋରେଟରଙ୍କୁ ୧୦ ହଜାର ଟଙ୍କା ମିଳିବ । କର୍ପୋରେସନ ମିଟିଂ ପାଇଁ ମେୟର ଭତା ହେଲା ୫୦ ହଜାର ଟଙ୍କା ହୋଇଥିବାବେଳେ ଡେପୁଟି ମେୟର ପାଇବେ ୨୫ ହଜାର ଟଙ୍କା । ଏନେଇ କର୍ପୋରେସନ ବୈଠକରେ ନିଷ୍ପତିି ହୋଇଛି । ଏ ନେଇ ବିଏମସି କମିଶନର ବିଜୟ ଅମୃତା କୁଲାେଙ୍ଗ ସୂଚନା ଦେଇଛନ୍ତି । ସମସ୍ତ ଭତା ବିଏମସି ପ୍ରଦାନ କରିବ ।