ବେଡାରୀ ଗ୍ରାମରେ ମା ଗଜଲକ୍ଷ୍ମୀଦେବୀ ଙ୍କର ପୂଜା ଉତ୍ସବ

 ରୁପା ଅଳଙ୍କାର ରେ  ଝଲସୁଛନ୍ତି ମା ଲକ୍ଷ୍ମୀ

ପାଟକୁରା ୦୬/୧୦/୨୦୨୫ (ଓଡିଶା ସମାଚାର)- ଆଜି ସୋମବାର କୁମାର ପୂର୍ଣ୍ଣିମା ରେ ଗରଦପୁର ବ୍ଳକ ବେଡାରୀ ଗ୍ରାମର ଜଗତ ଜନନୀ ମା ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ସାତ ଦିନ ବ୍ୟାପି ମା ଗଜଲକ୍ଷ୍ମୀ ଦେବୀ ଙ୍କର ପୂଜା ଉତ୍ସବ ଆରମ୍ଭ ହୋଇଛି । ଅପରାହ୍ନ ତିନିଟା ସମୟରେ ଶ୍ରଦ୍ଧାଳୁ ମାନେ ଚିତ୍ରୋତ୍ପଳା ନଦୀରେ କଳସ ବୁଡାଇ ନଦୀ କୂଳରେ ପୂଜାପାଠ ପୂର୍ବକ କଳସକୁ ଶୋଭା ଯାତ୍ରାରେ ନାମ ସଙ୍କିର୍ତନ ସହ ହରି ବୋଲ ହୁଳହୁଳିଧ୍ୱନି ମଧ୍ୟରେ ପୂଜା ମଣ୍ଡପ ନିକଟକୁ ଆଣି ସ୍ଥାପନ କରିଥିଲେ ।

ରାତ୍ର ଆଠଟା ତିରିଶ ମିନିଟିରେ ରେ ପୂଜକ ଙ୍କ ମନ୍ତ୍ରଧ୍ୱନି ଓ ହୋମ ମଧ୍ୟରେ ଜଗତଜନନୀ ମା ଗଜଲକ୍ଷ୍ମୀ ଦେବୀ ଙ୍କ ର ଚକ୍ଷୁଦାନ ପୂଜା ହୋଇଥିଲା । ପୂଜାମଣ୍ଡପରେ ମା ଗଜଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତ୍ତି ରୁପା ଅଳଙ୍କାର ରେ ଝଲସୁଥିବା ବେଳେ ମଥାରେ ସୁନାର ମଥାମଣୀ ଶୋଭା ପାଉଛି ।

ମସ୍ତକରେ ରୁପାର ମୁକୁଟ, କଣ୍ଠ ରେ ରୁପା ହାର, କାନରେ କାନ ଫୁଲ, ହାତରେ ତାଡ଼ ଓ ରୁପାର କଳସି, ପାଦରେ ପାଉଁଜି, ଚାରିହାତରେ ରୁପାର ପଦ୍ମଫୁଲର ଅଳଙ୍କାର ପୂଜା ମଣ୍ଡପରେ ମା ଗଜଲକ୍ଷ୍ମୀଙ୍କ ଶୋଭା ବର୍ଦ୍ଧନ କରୁଛି । ଉଦ୍ୟକ୍ତା ମାନଙ୍କତରଫରୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ଓ ସାଂକୃତିକ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି । ବେଡାରୀ ଗଜଲକ୍ଷ୍ମୀ ପୂଜା କମିଟି ଓ ଗ୍ରାମ ବାସୀଙ୍କ ସହଯୋଗରେ ଦୀର୍ଘ ବର୍ଷ ହେବ ମା ଗଜଲକ୍ଷ୍ମୀ ପୂଜା ଉତ୍ସବ ଅନୁଷ୍ଠିତ ହୋଇଆସୁଛି ।

Leave a Reply

Your email address will not be published. Required fields are marked *