ଶ୍ରୀ ଜଗନ୍ନାଥ ସଙ୍କିର୍ତନ ମହାସଂଘ ବୈଠକ

ଗରଦପୁର,୧୪/୦୧/୨୦୨୪ (ଓଡ଼ିଶା ସମାଚାର)-ଶ୍ରୀ ଜଗନ୍ନାଥ ସଙ୍କିର୍ତନ ମହାସଂଘ ବୈଠକ ଅରିଲୋସ୍ଥିତ ଶିଶୁ ଅନନ୍ତ ଆଶ୍ରମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଅନୁଷ୍ଠାନର ଅଧ୍ୟକ୍ଷ ପଦ୍ମଶ୍ରୀ ବାବା ବଳିଆ ପୌରୋହିତ୍ୟ କରି କଳି ଯୁଗରେ ନାମ ସାର ହୋଇଥିବାରୁ ଶୁଦ୍ଧପୁତ ଚିତରେ ନିଷ୍ଠାର ସହ ନାମ ସଙ୍କିର୍ତନ ମାଧ୍ୟମରେ ଇଶ୍ୱରଙ୍କ ସାନିଧ୍ୟ ଲାଭ କରିବା କୁ ମାର୍ଗ ଦର୍ଶନ ଦେଇଥିଲେ । ଏଥି ସହିତ କଳାକାର ମାନଙ୍କ ର ବିଭିନ୍ନ ସମସ୍ୟା କୁ ସମାଧାନ କରି ଓଡ଼ିଶା ର ଜଗନ୍ନାଥ କଳା ସଂସ୍କୃତି ଓ କଳାକାର ମାନଙ୍କର ଆର୍ଥିକ ମାନଦଣ୍ଡ ସମୃଦ୍ଧି କରିବା ପାଇଁ ସରକାର ସହୃଦୟର ସହ ବିଚାର କରିବା ପାଇଁ ମତ ପ୍ରକାଶ କରିଥିଲେ । ନିକଟ ଅତିତରେ ବାବା ବଳିଆଙ୍କ ଇଶ୍ୱରୀୟ ପ୍ରେରଣାରେ ଅନୁଷ୍ଠିତ ହୋଇଥିବା ଓଳାଶୁଣି ଗିରିବର ସଙ୍କିର୍ତନ ପରିକ୍ରମା ରେ ୪୫୮ ସଙ୍କିର୍ତନ ମଣ୍ଡଳୀର ବହୁ ସଂଖ୍ୟାରେ କଳାକାର ଯୋଗଦେଇ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଅନୁଷ୍ଠାନର ସଭାପତି ନବଘନ ନାୟକ ସଂଗଠନ ପକ୍ଷରୁ ବାବା ବଳିଆଙ୍କୁ ଭକ୍ତି ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ଏହି ଅବସରରେ ଆଶ୍ରମର ସନ୍ୟାସୀ ପ୍ରକାଶ ଭାଇ ଓ ବାବାଜୀ ଶ୍ରୀବାସ ଦାସ ଙ୍କୁ ପୁଷ୍ପ ଗୁଛ , ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ମହାସଂଘର ସମ୍ପାଦକ ନିଶାମଣି ନନ୍ଦି, ଉପ ସଭାପତି ବୈକୁଂଠ ଚରଣ ନାୟକ,ଅନ୍ୟତମ ଉପସଭାପତି ଯୁଧିଷ୍ଠିର ଦାସ ,ଜିଲା କଳାକାର ସଂଯୋଜକ ଅଭୟ କୁମାର ଶତପଥି ଙ୍କ ସମେତ ସଂଗଠକ ରତ୍ନାକର ସ୍ୱାଇଁ, ପ୍ରମୋଦ କୁମାର ଜେନା, ପ୍ରଦୀପ କୁମାର ସ୍ୱାଇଁ, କୈଳାଶ ଚନ୍ଦ୍ର କର, ଉଦୟ କୁମାର ନାଥ, ପ୍ରସନ୍ନ କୁମାର ବିଶ୍ୱାଳ, ଉଦ୍ଧବ ଚରଣ ସାମଲ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *