ଲକ୍ଷାଧିକ ଟଙ୍କା ର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ନିମାପଡା, ୩୦/୯/୨୦୨୪ (ଓଡ଼ିଶା ସମାଚାର)-ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ନିମାପଡ଼ା ଅବକାରୀ ଥାନା ପକ୍ଷରୁ ଚଢ଼ାଉ କରାଯାଇ  ଲକ୍ଷାଧିକ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିବା ସହିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ନିମାପଡ଼ା ଥାନା ଅଧୀନ କୁଶଭଦ୍ରା ବ୍ରିଜ ନିକଟରେ ଥିବା କାଳୀ ମନ୍ଦିର ସମ୍ମୁଖରେ  ଜଣେ ବ୍ୟକ୍ତି ବ୍ରାଉନସୁଗାର ବିକ୍ରି କରୁଥିବା ସୂଚନା ମିଳିଥିଲା । ସୂଚନା ପାଇ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ  ଚଢ଼ାଉ କରି  ଶଙ୍କର ସାହୁ (୪୯) ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ତା ନିକଟରୁ ୪ ଲକ୍ଷ ୮୦ ହଜାର ଟଙ୍କା ମୂଲ୍ୟର ୪୮ ଗ୍ରାମ ଓଜନର ବ୍ରାଉନ  ସୁଗାର ଜବତ କରାଯାଇଛି । ନିମାପଡା ଅବକାରୀ ଥାନା କେସ ନଂ ୧୦୨/୨୪-୨୫ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ନିମାପଡା ଉପ-କ।ରାଗ।ରକୁ ପଠାଇଦିଆଯାଇଛି । ଏହି ଚଢ଼ାଉରେ ଅବକାରୀ ଏଏସଆଇ ଶ୍ରୀ ଜିତେନ୍ଦ୍ର କୁମାର ବେହେରା, ଅବକାରୀ କନେଷ୍ଟବଳ ତପନ କୁମାର ପ୍ରଧାନ,ସ୍ୱାଗତିକା ଘଡେଇ, ଶରତ ଚନ୍ଦ୍ର ସାହୁ ପ୍ରମୁଖସାମିଲ ଥିଲେ  ।

Leave a Reply

Your email address will not be published. Required fields are marked *