ଲକ୍ଷ୍ମୀପୁର ୦୧/୦୯/୨୦୨୫ (ଓଡିଶା ସମାଚାର/ପ୍ରମୋଦ ଜେନାଙ୍କ ରିପୋର୍ଟ)- ଆଜି କୁଓ୍ବି ଉନ୍ନୟନ ସମାଜ ଲକ୍ଷ୍ମୀପୁର ତରଫରୁ ଚଳିତ ବର୍ଷ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏମବିବିଏସ ପାଠ ପଢିବା ପାଇଁ ଚୟନୀତ ହୋଇଥିବା ଲକ୍ଷ୍ମୀ ପୁର ନିର୍ବାଚନ ମଣ୍ଡଳୀର ଏକମାତ୍ର ଆଦିବାସୀ ଝିଅ ଚିନ୍ମୟୀ ସାଉଁନ୍ତାଙ୍କୁ ଉତ୍ତରୀୟ ଓ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଛି ।
ଏହି କର୍ଯ୍ୟକ୍ରମ କୁଓ୍ବି ଉନ୍ନୟନ ସମାଜ ଲକ୍ଷ୍ମୀପୁର ସଭାପତି ଲୁଦ୍ର ସାଉଁନ୍ତାଙ୍କ ନେତୃତ୍ୱରେ ଉପ ସଭାପତି ବସନ୍ତ ମିଣ୍ୟାକା, ସାଧାରଣ ସମ୍ପାଦକ ଶ୍ରୀଧର ଜାନୀ, କୋଷାଧ୍ୟକ୍ଷ ରାମଚନ୍ଦ୍ର ଜାନୀ ସମେତ ଜିଲ୍ଲା ସ୍ତରୀୟ କୁଓ୍ବି ଉନୟନ ସମାଜ କୋରାପୁଟ ଉପସଭାପତି ନିରଞ୍ଜନ ଜାନୀ,କୁଓ୍ବି ଉନ୍ନୟନ ସମାଜ ଲକ୍ଷ୍ମୀପୁର ର ସଦସ୍ୟ ପୂର୍ଣ୍ଣ ହିକକା, ରାଶି ହିକକା ଏବଂ କୁଓ୍ବି ଉନ୍ନୟନ ସମାଜ ଲକ୍ଷ୍ମୀପୁରର ସଙ୍କର ସାଉଁନ୍ତା ସମସ୍ତ କର୍ମକର୍ତ୍ତା ଚିନ୍ମୟୀଙ୍କ ନିଜ ବାସଭବନ କାକିରିଗୁମା ଠାରେ ଯାଇ ସମ୍ବର୍ଦ୍ଧିତ କରିବା ସହ ଚିନ୍ମୟୀଙ୍କୁ ଏହି ଐତିହାସିକ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ ।
ଏହି ସମୟରେ ଚିନ୍ମୟୀଙ୍କ ମାଆଏବଂ ବାପା ଶିକ୍ଷକ ଗୋପାଳ ସାଉଁନ୍ତା ଉପସ୍ଥିତ ରହି ଝିଅକୁ କିପରି ପରାମର୍ଶ ଦେଇ ସଫଳତା ପାଇଁ ମାର୍ଗ ଦର୍ଶନ କରିଥିଲେ ସେ ଉପସ୍ଥାପନ କରିଥିଲେ।ଶେଷରେ ଚିନ୍ମୟୀ ଏମବିବିଏସ ପାସକରି କୋରାପୁଟ ଜିଲ୍ଲା ତଥା ଓଡ଼ିଶାର ଆଦିବାସୀ ସମାଜର ପ୍ରେରଣା ହୋଇ ଗରିବ ପରିବାରର ରୋଗୀଙ୍କୁ ସେବା ଯୋଗାଇବି ବୋଲି କହିଥିଲେ। ଚିନ୍ମୟୀ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ଙ୍କ ଦାଦା ଝିଅ ଭଉଣୀ ବୋଲି ଜଣା ପଡିଛି।
