କଟକ,୦୬/୧୦/୨୦୨୫(ଓଡ଼ିଶା ସମାଚାର)- ମରକତ ନଗର ସେକ୍ଟର ୬ ସ୍ଥିତ ସିଦ୍ଧ ମହାବୀର ପୀଠ ରେ ରବିବାର ଅପରାହ୍ନରେ ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ ଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି । ସଂସ୍ଥାନ ର ରାଜ୍ୟ ଶାଖା ମୁଖ୍ୟ ସୁରେଶ ମହାପାତ୍ର ଏହାକୁ ଉଦଘାଟନ କରି କହିଲେଯେ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକତାର ବିକାଶ ପାଇଁ ସମସ୍ତେ ନିୟମିତ ଯୋଗ, ପ୍ରାଣାୟାମ ଓ ଧ୍ୟାନ ଅଭ୍ୟାସ କରିବା ଆବଶ୍ୟକ ।
ଯୋଗ ପ୍ରଶିକ୍ଷକ ରଘୁନାଥ ରେଡ୍ଡୀ, ଅକ୍ଷୟ କୁମାର ସ୍ୱାଇଁ, ଜିଲା ପ୍ରମୁଖ ସବିତା ରଞ୍ଜନ ପଟ୍ଟନାୟକ, ଉପ ପ୍ରମୁଖ କେଦାରନାଥ ଜାଲି ପ୍ରମୁଖ ଯୋଗାଭ୍ୟାସ ର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ଉପଦେଷ୍ଟା ଡ଼ଃ ସତ୍ୟ ରାୟ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଶିବିର ରେ ରାଜକିଶୋର ଦାଶ, ଡ଼ଃ ଶୈଳଜା ନନ୍ଦିନୀ ଜେନା, ରମାକାନ୍ତ ଦଳାଇ, କବିତା ପ୍ରଧାନ, ସୁଧାଂଶୁ ବାଳା ମହାନ୍ତି, ନିର୍ମଳ ରାୟ ପ୍ରମୁଖ ଯୋଗାଭ୍ୟାସ କରାଇଥିଲେ । ବିଭିନ୍ନ ବ୍ୟାଧି ର ଉପଶମ ପାଇଁ ଯୋଗ ପ୍ରଶିକ୍ଷକ ମାନେ ପରାମର୍ଶ ଦେଇଥିଲେ ।
