କେନ୍ଦ୍ରାପଡ଼ା,୦୪/୧୦/୨୦୨୫(ଓଡ଼ିଶା ସମାଚାର)-ନୂତନ ପ୍ରାଥମିକ ସମବାୟ ସମିତି ପକ୍ଷରୁ ଋଣ ଲଗାଣ କରାନଯିବା ଓ ଧାନମଣ୍ଡି କରାଯାଇ ଧାନ କ୍ରୟ କରାନଯିବା ପ୍ରତିବାଦରେ ଡେରାବିଶ ବ୍ଲକ ଅନ୍ତର୍ଗତ ଚାଟରାଚକଡା, କୁରୁଜଙ୍ଗା ଓ ଛୋଟୀ ପ୍ରାଥମିକ କୃଷି ସମବାୟ ସମିତିର ଚାଷୀମାନେ କେନ୍ଦ୍ରାପଡା ସହରର ଗୋପସ୍ଥିତ ସମବାୟ ସମିତି ସମୁହର ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିରହିଛନ୍ତି ।
ସେମାନେ ଅଭିଯୋଗ କରିଛନ୍ତି ଯେ ସମବାୟ ସମିତି ସମୁହର ରାଜ୍ୟ ନିବନ୍ଧକ ଓ ସମବାୟ ସଚିବଙ୍କ ନିର୍ଦେଶ ସତ୍ୱେ ଉପରୋକ୍ତ ସମବାୟ ସମିତି ଗୁଡିକ ପକ୍ଷରୁ ଋଣ ପ୍ରଦାନ କରାଯାଉନାହିଁ କି ଧାନମଣ୍ଡି ଖୋଲାଯାଇ ଚାଷୀମାନଙ୍କ ଠାରୁ ଧାନ କ୍ରୟ କରାଯାଉ ନାହିଁ । ତେଣୁ ଜିଲା ଚାଷୀ ଶ୍ରମିକ ସଂଘର ସଭାପତି ଶରତ ଚନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ରାଧାଶ୍ୟାମ ଦାସ, ଅଭିମନୁ୍ୟ ରାଉତ, କୃଷ୍ଣ ଚନ୍ଦ୍ର ଦାସ, ହରିଶଚନ୍ଦ୍ର ବାରିକ, ମାନସୀ ନାୟକ, ସ୍ୱର୍ଣ୍ଣଲତା ନାୟକ,ଶାସ୍ୱତୀ ବେହେରା, ନଜମା ବିବି ଶଶାଙ୍କ ଶେଖର ରାଉତ ପ୍ରମୁଖ ସମବାୟ ସମିତି ସମୁହର ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିରହିଛନ୍ତି ।
