କେନାଲ ରେ ପାଣି ଆସୁନି, ଶୁଖିଲାଣି ଧାନ ତଳି : ଚାଷ ଜମି ଫାଟି ଆଁ କଲାଣି

ସାଲେପୁର, ୦୮/୦୮/୨୦୨୫ ( ଓଡିଶା ସମାଚାର /ଅଭୟ ଜେନା) – କେନ୍ଦୁପଟଣା ଜଳସେଚନ ବିଭାଗ ଅଧିନସ୍ଥ  କେନ୍ଦ୍ରାପଡ଼ା କେନାଲ ର ପାଞ୍ଚ ନମ୍ବରଶାଖା କେନାଲ ର ଶେଷ ମୁଣ୍ଡକୁ ପାଣି ନ ଆସିବାରୁ ଚାଷୀ ହନ୍ତ ସନ୍ତ ।

କେଉଁଠି ଧାନ ତଳି ଶୁଖି ହଳଦିଆ ପଡ଼ିଗଲାଣି ତ କେଉଁଠି ଧାନ ରୁଆ ବିଲ ଫାଟିକି ଆଁ କଲାଣି । ଏଭଳି ସ୍ଥିତି ଦେଖିବାକୁ ମିଳିଛି ସାଲେପୁର ବ୍ଲକ ସିଢ଼ୋ ପଞ୍ଚାୟତରେ । ଏହି ପଞ୍ଚାୟତର ସିଢ଼ୋ, କାଳିଦହି, ଛୋଟିନଟରା ଓ ମିର୍ଜାପୁର ପଞ୍ଚାୟତର ଛୋଟିପଡ଼ା ଏବଂ ଛାଣିପୁର ପଞ୍ଚାୟତର କରମୁଆଁ ଆଦି ଗାଁର ଚାଷ ଜମିରେ କେନାଲ ପାଣି ନ ପହଞ୍ଚିବାରୁ  ଚାଷୀ ହନ୍ତ ସନ୍ତ ହେଉଛି । ଏଣେ ଦାଉ ସାଧୁଛି ନିୟଣ୍ଟିଆ ବର୍ଷା । ଏ ନେଇ କେନ୍ଦୁପଟଣା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତିଚାଷୀ । ଯଦି ତୁରନ୍ତ ଏହାର ସମାଧାନ କରାନଯାଏ, ତେବେ ଆନ୍ଦୋଳନାତ୍ମକ ପନ୍ଥା ଉପଜିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *