କଟକ,୦୪/୧୦/୨୦୨୫ (ଓଡ଼ିଶା ସମାଚାର)- କଟକ ଭସାଣିବେଳେ ଦରଘା ବଜାରରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ବିଶ୍ଵ ହିନ୍ଦୁ ପରିଷଦ ଆସନ୍ତା ସୋମବାର କଟକ ବନ୍ଦ ଡାକରା ଦେଇଛି । ଏଥିସହ କଟକ ଜିଲ୍ଲାପାଳ ଓ ଡିସିପିଙ୍କ ବଦଳି ଦାବି କରିଛି।
ସୂଚନାଯୋଗ୍ୟ ଯେ, ଗତ କାଲି ବିଳମ୍ବିତ ରାତିରେ (ରାତି ପ୍ରାୟ ୨ଟା ସମୟରେ) କଟକ ଦରଘା ବଜାରରେ ଭସାଣିବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଗୋଷ୍ଠୀ ସଂଘର୍ଷରେ ଡିସିପିଙ୍କ ସମେତ ୬ ଆହତ ହୋଇଥିଲେ । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ଲାଠି ଚାର୍ଯ କରିବାକୁ ପଡ଼ିଥିଲା । ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ସୁଧୁରିଥିଲା ଓ ପୁଣି ଭସାଣି ଚାଲିଥିଲା ।
