ଭୁବନେଶ୍ୱର ଜିଲ୍ଲା ଅଭିଯାନରେ  ଶତାଧିକ ମୁରବୀ ସାମିଲ

ଭୁବନେଶ୍ୱର, ୦୪/୧୦/୨୦୨୫ (ଓଡ଼ିଶା ସମାଚାର)-  ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା କରିବା ଦାବିରେ ଆଜି ଶତାଧିକ ମୁରବୀଙ୍କ ଦସ୍ତଖତ ସଂଗ୍ରହ କରାଯାଇଛି । ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ଜିଲ୍ଲା ହେବା ଯଥାର୍ଥ ବୋଲି ମୁରବୀମାନେ ମତ ଦେଇଛନ୍ତି ।

ଜୟଦେବ ନିର୍ବାଚନ ମଣ୍ଡଳି, ଏକାମ୍ର ନିର୍ବାଚନ ମଣ୍ଡଳି, ଭୁବନେଶ୍ବର ମଧ୍ୟ ଓ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳିର ବିଭିନ୍ନ ପୂଜା କମିଟି ସଦସ୍ୟ ଓ ମୁରବୀ ସାମିଲ ହୋଇ ଦସ୍ତଖତ କରିବା ସହ ଏହି ଅଭିଯାନରେ ସାମିଲ ହୋଇଥିଲେ । ଭୁବନେଶ୍ୱର ଜିଲ୍ଲା ଅଭିଯାନ ମୁଖ୍ୟ ଲିଙ୍ଗରାଜ ସାହୁ, ଜୟଦେବ ନେତା ସୁବତ୍ର ମହାନ୍ତି, ବରିଷ୍ଠ ସାମ୍ବାଦିକ ସନତ ମିଶ୍ର, ଅଜିତ ବେହେରା, ସରୋଜ କୁମାର ସାହୁ, ଚିନ୍ମୟ ବଡ଼ଜେନା, ପ୍ରଦୀପ୍ତ ନାୟକ ପ୍ରମୁଖ ସାମିଲ ହୋଇଥିଲେ ।

ଭୁବନେଶ୍ୱରକୁ ଜିଲ୍ଲା ପାଇଁ ଅଭିଯାନରେ ବିଭିନ୍ନ ଅନୁଷ୍ଠାନ ମାନଙ୍କ ସମଷ୍ଟିର ସ୍ୱର ‘ମିଳିତ ମହାମଞ୍ଚ’ ପକ୍ଷରୁ ଭୁବନେଶ୍ୱର ଉପକଣ୍ଠର ଗ୍ରାମବାସୀ, ବାଲିପାଟଣା, ବାଲିଅନ୍ତା, ନଖରା, ବିଭନ୍ନ ବାଲିଯାତ୍ରା, ଭୁବେନେଶ୍ୱର କୋର୍ଟ ସମେତ ଦୁଇ ବର୍ଷହେଲା ଭୁବନେଶ୍ୱର ବିଭିନ୍ନ ପୂଜା କମିଟି ମୁରବୀଙ୍କ ସ୍ୱାକ୍ଷର ସଂଗ୍ରହ ଚାଲୁ ରହିଛି । ନିକଟରେ ସରକାରଙ୍କ ନିକଟରେ ଉପସ୍ଥାପନା କରାଯିବ ବୋଲି ନିଷ୍ପତି ହୋଇଛି ।

Leave a Reply

Your email address will not be published. Required fields are marked *