ବଳଦେବସେନା ପକ୍ଷରୁ ରସାବଳି ଦିବସ ପାଳିତ

କେନ୍ଦ୍ରାପଡା,୦୪/୧୦/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପ୍ରିୟ ଭୋଗ ରସାବଳିକୁ ଜିଆଇ ମାନ୍ୟତା ପ୍ରଦାନ ପରେ ସମଗ୍ର ଦେଶରେ ରସାବଳିର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଛି ।

ଏହାକୁ ସ୍ମରଣୀୟ କରି ରଖିବା ଉଦ୍ଧେଶ୍ୟରେ ଏହାର ଦୁଇବର୍ଷ ପୂର୍ତି ଉପଲକ୍ଷେ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ବଳଦେବ ସେନା ଶନିବାର ରସାବଳି ଦିବସ ପାଳନ କରିଥିଲା । ସେନା ପକ୍ଷରୁ ଏକଶହ ପାଂଚ ଯାତ୍ରୀ, ଭକ୍ତ ଓ ସେବାୟତଙ୍କୁ ମୁକ୍ତ ହସ୍ତରେ ରସାବଳି ବଂଟନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସେନାର ସଭାପତି ପପୁନ କୁମାର ସ୍ୱାଇଁ, ସଂପାଦକ ଅମର କୁମାର ବାରିକ, ଉପଦେଷ୍ଟା ନିରଞ୍ଜନ ମେକାପ, ଜ୍ୟୋତିରଞ୍ଜନ ପତ୍ରୀ, ଶ୍ରୀକାନ୍ତ ଜେନା, ଆଶିଷ ପ୍ରଧାନ, ଆଶୁତୋଷ ପଣ୍ଡା, ହିମାଂଶୁ ରାଉତ, ଅନିଶ ସୁତାର, ଉମେଶ ବେହେରା, ପଦ୍ମଲୋଚନ ସାହୁ, ଗଣେଶ ଗୋଛାୟତ, ଚନ୍ଦନ ସ୍ୱାଇଁ, ଗିରିଜା ଦାସ, ବିଶ୍ୱନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *